ଯାଜପୁର : ଢାବା ମାଲିକଙ୍କୁ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର ରୋଡ ( କେ ନ୍ୟୁଜ) : ଢ଼ାବା ମାଲିକଙ୍କୁ ଗଳାକାଟି ନିର୍ମମ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଲଗ୍ନ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଘଟିଛି ବର୍ବର ହତ୍ୟାକାଣ୍ଡ। ମୃତକ ଜଣକ ପାଣିକୋଇଲି ଗାଁର ରବିନ୍ଦ୍ର ସାହୁ ବୋଲି ଚିହ୍ନଟ ହୋଇଛି। ରବିନ୍ଦ୍ର ପାଣିକୋଇଲି ବଜାରରେ ହୋଟେଲ କରିଥିଲେ। ଆଜି ସକାଳୁ ତାଙ୍କ ମୃତ ଦେହକୁ ହୋଟେଲରେ ପଡ଼ିଥିବା ଦେଖଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରୁ ଏକତ ଛୁରୀ ଓ ତାଙ୍କ ଲୁଗାପଟା ଜବତ କରାଯାଇଛି।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ ଅଶାନ୍ତିରୁ ଏହା ଘଟିଥିବା ପୋଲିସ ସନ୍ଦେହ କରାଯାଉଛି। ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି ଯାଜପୁର ରୋଡ ଏସଡିପିଓ କହିଛନ୍ତି। ସେପଟେ ରବିନ୍ଦ୍ର ଗତ କିଛିଦିନ ଧରି ଏକ ଅସାମାଜିକ ଗୋଷ୍ଠୀ ସହ ମିଳାମିଶା କରୁଥିବା ତାଙ୍କ ଭାଇ କହିଛନ୍ତି। ସେମାନେ ତାଙ୍କୁ ହତ୍ୟା କରିଥିବା ରବିନ୍ଦ୍ରଙ୍କ ପରିବାର ବର୍ଗ ସନ୍ଦେହ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.