ଏ କି ସନ୍ତାନ ପ୍ରେମ ? ୧୬ ବର୍ଷର ନାବାଳିକାକୁ ହତ୍ୟା କରିବା ପରେ ବ୍ୟାଗରେ ଭର୍ତ୍ତି କରି ଗଙ୍ଗାରେ ଫିଙ୍ଗିଲେ ମା-ବାପା

କୋଲକତା : ମାଲଦା ପୋଲସି ଏକ ଦମ୍ପତିଙ୍କୁ ନିଜ ୧୬ ବର୍ଷର ନାବାଳକା ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ମା-ବାପା ଝିଅକୁ ଏଥିପାଇଁ ହତ୍ୟା କରିଥିଲେ କାରଣ ସେ ଗୋଟିଏ ପୁଅ ସହ ପ୍ରେମ ସଂପର୍କରେ ରହିଥିଲା। ତେବେ ଘଟଣାଟି ମହେନ୍ଦ୍ରଟୋଲା ଗ୍ରାମରେ ଶୁକ୍ରବାର ଦିନ ଘଟିଛି। ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ପୋଲିସ ଅଭିଯୁକ୍ତ ମା-ବାପାଙ୍କୁ ଗିରଫ କରିଛି।

ନିଶ୍ଚିତ ପଢ଼ନ୍ତୁ: ୩ ଛୁଆ ଓ ସ୍ତ୍ରୀକୁ ମାରିବା ପରେ ସ୍ବାମୀ କଲା ଆତ୍ମହତ୍ୟା, ସୁସାଇଡ୍ ନୋଟରେ ଲେଖିଲେ ଏମିତି କଥା

ପଶ୍ଚିମବଙ୍ଗର ଏକ ଗ୍ରାମରେ ରହୁଥିବା ଅଶ୍ଚିୟ ମଣ୍ଡଲଙ୍କ ସହ ମୃତକ ଝିଅର ପ୍ରେମ ସଂପର୍କ ରହିଥିଲା। ତେବେ ନାବାଳିକାର ମା-ବାପା ଏହି ସଂପର୍କକୁ ବିରୋଧ କରିଥିଲେ। କିନ୍ତୁ ତାଙ୍କ ଝିଅ ତାଙ୍କର କୌଣସି କଥା ଶୁଣିନଥିଲା। ଫଳରେ ଦମ୍ପତି ନିଜ ଝିଅର ହତ୍ୟା କରିବା ସହ ତାହାର ଶବକୁ ଏକ ବ୍ୟାଗରେ ଭର୍ତ୍ତି କରି ଗଙ୍ଗା ନଦୀରେ ଫିଙ୍ଗି ଦେଇଥିଲେ।

ତେବେ ଏହି ଅଭିଯୁକ୍ତ ଦମ୍ପତିଙ୍କ ବିରୋଧରେ ବିଭିନ୍ନ ଧାରା ଅର୍ନ୍ତଗତ ମାମଲା ରୁଜୁ କରାଯାଇଛି। ପୋଲିସ ଏବେ ନଦୀରୁ ନାବଳିକାର ଶବକୁ ଉଦ୍ଧାର କରିବାର ଚେଷ୍ଟା ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.