‘ଶ୍ରୀକୃଷ୍ଣ’ରେ କୃଷ୍ଣ ଭୂମିକାରେ ଅଭିନୟ ପାଇଁ ଭଗବାନଙ୍କ ନିକଟରେ ସର୍ତ୍ତ ରଖିଥିଲେ ସର୍ବଦମନ, ସତରେ ଦର୍ଶନ ଦେଇଥିଲେ ମହାପ୍ରଭୁ

ରାମାନନ୍ଦ ସାଗରଙ୍କ ଧାରାବାହିକ ‘ଶ୍ରୀକୃଷ୍ଣ’ରେ ମୁଖ୍ୟ ତଥା କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସର୍ବଦମନ ଡି ବାନାର୍ଜୀ ଜଣେ ଲୋକପ୍ରିୟ କଳାକାର। କୃଷ୍ଣ ଚରିତ୍ର ହିଁ ତାଙ୍କୁ ଘରେ ଘରେ ପରିଚିତ କରିଥିଲା। ଏହି ରୋଲ କରିବା ପଛରେ ଏକ ସୁନ୍ଦର କାହାଣୀ ରହିଛି, ଯାହା ଅଧିକାଂଶ ଲୋକ ଜାଣିନାହାନ୍ତି। ଏହାକୁ ଶୁଣିବା ପରେ ସର୍ବଦମନଙ୍କ ପ୍ରତି ଆପଣଙ୍କ ସମ୍ମାନ ଆହୁରି ବଢ଼ିଯିବ। ଏନେଇ ନିଜେ ସର୍ବଦମନ ଥରେ କହିଥିଲେ।

Sarvadaman D. Banerjee Biography, Age, Death, Wife, Children ...

ରିପୋର୍ଟ ମୁତାବକ ରାମାନନ୍ଦ ପ୍ରଥମେ ଯେତେବେଳେ ସର୍ବଦମନଙ୍କୁ କୃଷ୍ଣ ଭୂମିକା ଅଫର କରିଥିଲେ ସେତେବେଳେ ସେ ସିଧାସଳଖ ମନା କରିଦେଇଥିଲେ। ସେ କହିଥିଲେ ଯେ ମୋ ଭିତରେ ଶିବ ଅଛନ୍ତି କୃଷ୍ଣ ନୁହେଁ। ଏଣୁ ମୁଁ ଏହି ଭୂମିକାରେ ଅଭିନୟ କରିପାରିବି ନାହିଁ। କିନ୍ତୁ ରାମାନନ୍ଦ ତାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ରାମାନନ୍ଦଙ୍କ କଥା ରଖି ସେ ତାଙ୍କୁ ନିଷ୍ପତ୍ତି ନେବାକୁ ୧୦ ଦିନ ମାଗିଥିଲେ। ଏହି ସମୟରେ ସେ ଆତ୍ମଚିନ୍ତନ କରିବାକୁ ଚାହୁଁଥିଲେ।

Shri Krishna Ramanand Sagar How Sarvadaman D. Banerjee Looks Now ...

ଏକ ଇଣ୍ଟରଭ୍ୟୁରେ ସର୍ବଦମନ କହିଥିଲେ ‘ମୁଁ ଆତ୍ମଚିନ୍ତନ ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ସର୍ତ୍ତ ରଖିଥିଲି ଯେ ଯଦି ମୁଁ ଶ୍ରୀକୃଷ୍ଣ ଚରିତ୍ର ପାଇଁ ପରଫେକ୍ଟ ତେବେ ଆପଣ ମତେ ଦର୍ଶନ ଦିଅନ୍ତୁ। ଏହି ସମୟ ମଧ୍ୟରେ ମୁଁ ଥରେ ଅଟୋରେ ଡାଇରେକ୍ଟର ବାସୁ ଭଟ୍ଟାଚାର୍ଯ୍ୟଙ୍କ ପାଖକୁ ଯାଉଥିଲି। ରାସ୍ତାରେ ସମୁଦ୍ର ଉପରେ ମୁଁ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲି। ସନ୍ଧ୍ୟାରେ ସମୁଦ୍ର ଉପରେ ମୁଁ ବାଳ କୃଷ୍ଣ ନୃତ୍ୟ କରୁଥିବା ଦେଖିଲି ଓ ଅଟୋରେ ହିଁ ଅଚେତ ହୋଇଯାଇଥିଲି। ଅଟୋବାଲା ସେଠାରେ ମୋ ହୋସ୍‌ ଆସିବା ଯାଏଁ ଜଗି ରହିଥିଲେ। ହୋସ୍‌ ଆସିବା ପରେ ମୁଁ ରାମାନନ୍ଦ ସାଗରଙ୍କ ପାଖକୁ ଆସି କୃଷ୍ଣ ଚରିତ୍ରରେ ଅଭିନୟ କରିବି ବୋଲି ହଁ ଭରିଥିଲି’।

Shri krishna, shri krishna role, ramanand sagar, Sarvadaman D Banergee,

ସର୍ବଦମନଙ୍କ ହସମୁଖ ଚେହେରା, ମୁହଁର ତେଜ ଓ ମିଠା ସ୍ୱର ଯୋଗୁ ରାମାନନ୍ଦ ସାଗର ତାଙ୍କୁ କୃଷ୍ଣ ଚରିତ୍ରରେ ନେବାକୁ ଚାହୁଁଥିଲେ। ସର୍ବଦମନଙ୍କ ଏହି କୃଷ୍ଣ ରୂପ ଏବେ ବି ଦର୍ଶକଙ୍କ ମନରେ ବସା ବାନ୍ଧି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.