Below header

ଆଜି ଆଡପ ମଣ୍ଡପରେ ବିଜେ କରିବେ ମହାପ୍ରଭୁ, ଜାଣନ୍ତୁ ଏଠାରେ ହୋଇଥାଏ କେଉଁ ନୀତିକାନ୍ତି

ଅନେକ ବାଧାବିଘ୍ନ ପରେ ଚଳିତ ବର୍ଷ ଅନୁଷ୍ଟିତ ହୋଇଯାଇଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗଲେ ମହାପ୍ରଭୁ। ଏହି ଯାତ୍ରରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଆଡପମଣ୍ଡପକୁ ବିଜେ କରିଥାନ୍ତି, ଆଉ ଭକ୍ତକୁ ଦେଇଥାନ୍ତି ଆଡପ ଦର୍ଶନ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତଙ୍କୁ ଦର୍ଶନ ମନା। ଏନେଇ ବିନା ଭକ୍ତରେ ୯ଦିନ ଦର୍ଶନ ଦେବେ ମହାପ୍ରଭୁ। ଅନ୍ଯପଟେ ଗତକାଲି ମହାପ୍ରଭୁଙ୍କ ତିନି ରଥ ବଡଦାଣ୍ଡରେ ଗଡି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିବା ବେଳେ ଆଜି ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଆଡପ ମଣ୍ଡପରେ ଭଗବାନଙ୍କର କେଉଁ କେଉଁ ନୀତିକାନ୍ତି କରାଯାଇଥାଏ।

jagannathaପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରଥାନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲି ବର୍ଣ୍ଣନା କରାନଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି। ଯଥା:

ଯଜ୍ଞ ବେଦୀରିୟଁ ବୋଷ୍ଣୋ ଜନ୍ମଭୂମିସ୍ତବ ପ୍ରଭୋ
ପୂର୍ବ ତ୍ୱୟା ଭଗବତା ସପ୍ତାହ ମଣ୍ଡପୋତ୍ତମେ
ତିଷ୍ଠେୟୁ ରିତ୍ୟାଜ୍ଞା ଦତ୍ତ ତତୋ ଯାହି ଜଗତ୍ପତେ, (ନୀଳାଦ୍ରି ମହୋଦୟ, ପ୍ରଥମ ଅଧ୍ୟାୟ)

ତ୍ରୈଲୋକ୍ୟାଡ଼ମ୍ବର ଯିତ୍ର୍ ମାହାବିଦ୍ୟାଂ ମହାତ୍ରତୋଃ
ପ୍ରାଦୁର୍ଭାବୋ ମହେଶସ୍ୟ ଯତ୍ରାର୍ଭୁଦ୍ଦାରୁ ବର୍ଷ୍ମତାଃ । ( ସ୍କନ୍ଧ, ବୈଷ୍ଣବ ଖଣ୍ଡ, ୩୩ ଅଧ୍ୟାୟ)

ratha1ଶ୍ରୀବିଗ୍ରହମାନଙ୍କର ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ଭକ୍ତ ସମାଜ ସେଠାରେ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ରହିଅଛି। ଯଥା :

ଦିବତଦ୍ ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍
ସପ୍ତାହଂ ଯୋ ନରୋନାରୀ ନ ସା ପ୍ରାକୃତ ମାନୁଷୀ । (ସ୍କନ୍ଧ/୩୪ ଅଧ୍ୟାୟ)

ଅତ୍ର ସ୍ଥଳେ ନକ୍ତକାଳେ ଯେ ପଶ୍ୟନ୍ତି ସୁପ୍ପୂଜିତାନ୍
ବୈକୁଣ୍ଠ ଭ୍ୱନେ ନିତ୍ୟ୍ଂ ତେ ବସନ୍ତି ନ ସଂଶୟଃ । (ବାମଦେବ ସଂହିତା, ୧୭ ଅଧ୍ୟାୟ)

gundichaବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଇଥାଏ, ତାହା ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳିଥାଏ । ବିଶେଷତଃ ଗୋଟିଏ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ।

jaga pahandaiସେହିପରି ଜନସାଧାରଣରେ ବହୁ ପ୍ରଚାରିତ ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ ଏବଂ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନ କରାଇଥାନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା଼ ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ବା ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି।

pahandi 4 godଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.