Below header

ହ୍ଵାଟ୍ସଆପ୍‌ରେ ଖୁବ୍‌ଶୀଘ୍ର ଆସୁଛି ଏହି ୬ଟି ନୂଆ ଫିଚର, ମେସେଜ୍‌ କରିବା ହୋଇଯିବ ଆହୁରି ସହଜ

ବର୍ତ୍ତମାନ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଆପ୍‌ ମଧ୍ୟରେ ହ୍ଵାଟ୍ସଆପ୍‌ ଅନ୍ୟତମ। ଏହି ଆପ୍‌ ବ୍ୟବହାର କରିବାକୁ ସୁବିଧାଜନକ ହୋଇଥିବାରୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ୱ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରିଥାନ୍ତି। ତେବେ ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ହ୍ଵାଟ୍ସଆପ୍‌ରେ କିଛି ନା କିଛି ଅପଡେଟ୍‌ କରିଥାଏ। କିଛି ଦିନ ତଳେ ହ୍ଵାଟ୍ସଆପ୍‌ରେ ବ୍ଲାକମୋଡ୍‌ ଫିଚର ଆସିଥିବା ବେଳେ କମ୍ପାନୀ ଏବେ ଆହୁରି ୬ଟି ନୂଆ ଫିଚର ଆଣିବାକୁ ଯୋଜନା କରୁଛି। ଏହି ଫିଚର ଆସିବା ପରେ ହ୍ଵାଟ୍ସଆପ୍‌ ବ୍ୟବହାର କରିବା ଆଉ ଟିକେ ସହଜ ହୋଇଯିବ। ଆସନ୍ତୁ ଜାଣିବା କ’ଣ ଏହି ୬ଟି ଫିଚର…

୧.ମଲ୍ଟି ଡିଭାଇସ୍‌ ଫିଚର:

ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ରେ ମଲ୍ଟି ଡିଭାଇସ୍‌ ଫିଚର ଆସିବାକୁ ଯାଉଛି। ଏହି ଫିଚରରେ ୟୁଜର ଥରକରେ ୪ଟି ଡିଭାଇସ୍‌ରେ ଗୋଟିଏ ହ୍ଵାଟ୍ସଆପ୍‌ ଚଲାଇପାରିବେ।

6 Latest Hidden Whatsapp Features You Should Know | 2020 Update

୨.ସର୍ଚ୍ଚ ବାଇ ଡେଟ୍‌:

ଏହି ଫିଚରରେ ୟୁଜରଙ୍କୁ କୌଣସି ମେସେଜ୍‌ ଖୋଜିବାକୁ ଆଉ ପୂରା ଚାଟ୍‌କୁ ସ୍କ୍ରୋଲ କରିବାକୁ ପଡ଼ିବ ନାହିଁ। ଯଦି ତାରିଖ ମନେ ଥିବ ତେବେ ସିଧାସଳଖ ତାରିଖ ଟାଇପ୍‌ କରି ମେସେଜ୍‌କୁ ଖୋଜିପାରିବେ। ଏହା ଦ୍ୱାରା ମେସେଜ୍‌ ଖୋଜିବାରେ ସହଜ ହେବ।

୩.ମେସେଜ୍‌ ଭେରିଫିକେସନ୍‌:

ଏହି ଫିଚର ଫରଓ୍ଵାର୍ଡ ମେସେଜ୍‌କୁ ଭେରିଫାଏ କରିପାରିବ। ଯଦି କେହି ଆପଣଙ୍କୁ କୌଣସି ମେସେଜ୍‌ ଫରଓ୍ଵାର୍ଡ କରୁଛି ତେବେ ଏଥିରେ ଥିବା ସର୍ଚ୍ଚ ବଟନ୍‌ ବ୍ୟବହାର କରି ଆପଣ ଗୁଗଲରେ ସର୍ଚ୍ଚ କରି ଜାଣିପାରିବେ ସୂଚନାଟି ସତ ନା ମିଛ। ଗୁଜବ ରୋକିବାକୁ ହ୍ଵାଟ୍ସଆପ୍‌ ଏହି ଫିଚର ଲଞ୍ଚ୍‌ କରିବାକୁ ଯାଉଛି।

୪.ମେସେଜ୍‌ ଡିଲିଟ୍‌:

ଏହି ଫିଚର ବ୍ୟବହାର କରି ୟୁଜର କେବଳ ଷ୍ଟାର ମାର୍କ ଥିବା ମେସେଜ୍‌କୁ ଛାଡ଼ି ଅନ୍ୟ ସବୁ ମେସେଜ୍‌କୁ ଡିଲିଟ୍‌ କରିପାରିବେ। ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଆଦିକୁ ସହଜରେ ଡିଲିଟ୍‌ କରିବାରେ ଏହି ଫିଚର ବେଶ୍‌ ସହାୟକ ହେବ।

How to Delete Sent WhatsApp Messages Before They Are Read - Tech ...

୫. ସେୟାର ଚାଟ୍‌ ଇନ୍‌ଟିଗ୍ରେସନ୍‌:

ଏହି ଫିଚରରେ ହ୍ଵାଟ୍ସଆପ୍‌ରେ ୟୁଜର ସିଧାସଳଖ ସେୟାର ଚାଟ୍‌ ଭିଡିଓ ଦେଖିପାରିବେ। ଏଥିପାଇଁ ଆଉ ସେୟାର ଚାଟ୍‌ ଭିତରକୁ ଯିବାକୁ ପଡ଼ିବ ନାହିଁ।

୬.ନ୍ୟୁ କଲର ଫର ମେସେଜ୍‌ ବବଲ:

ହ୍ଵାଟ୍ସଆପ୍‌ରେ ନିକଟରେ ଡାର୍କ ମୋଡ୍‌ ଲଞ୍ଚ୍‌ ହୋଇଛି। ରାତିରେ ହ୍ଵାଟ୍ସଆପ୍‌ କରିବା ବେଳେ ଆଖି ଉପରେ ଚାପ ପଡ଼ୁଥିବାରୁ ଏଥିରେ ନୂଆ ମେସେଜ୍‌ଗୁଡ଼ିକ ବବଲ ଭଳି ଶୋ’ କରିବ। ଫଳରେ ଆଖି ଉପରେ ଚାପ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.