Below header

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ଶବାନା ଆଜ୍‌ମୀ ଗୁରୁତର, ଦେଖନ୍ତୁ ଆକ୍ସିଡେଣ୍ଟ ବେଳର ଛାତିଥରା ଦୃଶ୍ୟ

ଆଗଧାଡ଼ିର ଅଭିନେତ୍ରୀ ଶବାନା ଆଜ୍‌ମୀ ଏକ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାଯାଇଛି। ସେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୋଲିସ କହିଛି। ଏହି ଦୁର୍ଘଟଣାରେ ଶବାନାଙ୍କୁ ଗଭୀର ଆଘାତ ଲାଗିଛି ଓ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା ହେବା ଫଳରେ ଏହି ଅଘଟଣା ଘଟିଥିବା ଜଣାଯାଇଛି।

ଦୁର୍ଘଟଣା ନେଇ ରାୟଗଡ଼ ପୋଲିସ ଅଧୀକ୍ଷକ ଅନୀଲ ପାରାସ୍କର କହିଛନ୍ତି ଯେ ମୁମ୍ବାଇରୁ ପ୍ରାୟ ୬୦ କିଲୋମିଟର ଦୂର ଖାଲାପୁର ନିକଟରେ ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ଶବାନାଙ୍କ କାର୍‌ ଏକ ଟ୍ରକ୍‌ ସହ ପିଟି ହୋଇଯିବାରୁ ସେ ଗୁରୁତର ହୋଇପଡ଼ିଛନ୍ତି।

sabana

ଶବାନାଙ୍କୁ ଏବେ ଚିକିତ୍ସା ପାଇଁ ମୁମ୍ବାଇର ଏମ୍‌ଜିଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା କହିଛନ୍ତି ଶ୍ରୀ ପାରାସ୍କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.