ଏକ ଏପରି ଗୀତ ଯାହାକୁ ଶୁଣିବା ମାତ୍ରେ ହିଁ ଲୋକେ କରିଦିଅନ୍ତି ଆତ୍ମହତ୍ୟା, ଜାଣନ୍ତୁ କାରଣ

ସାଧାରଣତଃ କିଛି ଗୀତ ଏପରି ଥାଏ ଯାହାକୁ ଥରେ କିମ୍ବା ଦୁଇଥର ଶୁଣିବା ପରେ ଏହା ଆମର ଫେବରେଟ ହୋଇଯାଇଥାଏ ଏବଂ ଏହାକୁ ବାରମ୍ବାର ଶୁଣିବା ପାଇଁ ଇଛା ହୋଇଥାଏ । କିନ୍ତୁ କେବେ ଆପଣ ଏପରି ଗୀତ ବିଷୟରେ ଶୁଣିଛନ୍ତି କି ଯାହାକୁ ଶୁଣିବା ପରେ ଲୋକେ ଆତ୍ମହତ୍ୟା କରିଦେଇଥାନ୍ତି । ବର୍ତ୍ତମାନ ଆପଣଙ୍କର ଉତ୍ତର ହେବ ‘ନା’ କିନ୍ତୁ ଏହା ସତ୍ୟ ଅଟେ । ସତରେ ଏକ ଏପରି ଗୀତ ରହିଛି ଯାହାକି ଦୀର୍ଘ ୬୪ ବର୍ଷ ହେବ ବ୍ୟାନ ହୋଇ ରହିଛି । କାରଣ ଏହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଦେଇଥାନ୍ତି ।

Image result for suicidal song of gloomy sunday

‘Rezso Seress’ ନାମକ ଜଣେ ବ୍ୟକ୍ତି ଯିଏକି ହଙ୍ଗରୀରେ ବାସ କରନ୍ତି । ୧୯୩୩ ମସିହାରେ ‘ସ୍ୟାଡ ସଣ୍ଡେ’ ନାମକ ଏକ ଗୀତ ବନାଇଥିଲେ । ଏହି ଗୀତରେ ଏତେ ଯନ୍ତ୍ରଣା ଭରି ରହିଛି ଯେ ଏହାକୁ ଶୁଣିବା ପରେ ବ୍ୟକ୍ତିକୁ ନିଜ ଯନ୍ତ୍ରଣା ଅନୁଭବ ହୋଇଥାଏ । ଧୀରେ ଧୀରେ ଏପରି ହେବାକୁ ଲାଗିଲା ଯେ ଏହି ଗୀତ ଶୁଣିବା ପରେ ଅନେକ ଲୋକ ଆତ୍ମହତ୍ୟା ମଧ୍ୟ କରିଦେଲେ । ତେବେ ଏହି ଗୀତ ରିଲିଜ ହେବା ପରେ ହିଁ ଲୋକମାନଙ୍କର ମନପସନ୍ଦର ଗୀତ ହୋଇଯାଇଥିଲା ଏବଂ ଏହାକୁ ବହୁତ ଭଲ ପବ୍ଲିସିଟି ମଧ୍ୟ ମିଳିଥିଲା ।

ଏହା ଏକ ଦୁଃଖ ଓ ଯନ୍ତ୍ରଣା ଜର୍ଜରିତ ଗୀତ ଥିଲା ଯାହାକି ଲୋକମାନଙ୍କ ମାନଙ୍କୁ ଛୁଇଁ ଯାଉଥିଲା । ଯେଉଁ କାରଣରୁ ଏହାକୁ ସବୁଠୁ ସ୍ୟାଡ ସଙ୍ଗର ଉପାଧି ମଧ୍ୟ ମିଳିଥିଲା । ଏହି ଗୀତ ଶୁଣି ଆତ୍ମହତ୍ୟା କରିବା ମାମଲା ସର୍ବପ୍ରଥମେ ବର୍ଲିନରେ ଦେଖିବାକୁ ମିଳିଥିଲା ଯେତେବେଳେ ଜଣେ ଯୁବକ ଏହି ଗୀତ ଶୁଣିବା ପରେ ନିଜକୁ ଗୁଳି ମାରିଦେଇଥିଲେ । ଏହାଛଡା ନ୍ୟୁୟର୍କରେ ଜଣେ ବୃଦ୍ଧ ଏହାକୁ ଶୁଣିବା ପରେ ୭ ମହଲା ଉପରୁ ଡେଇଁ ନିଜ ଜୀବନ ଦେଇ ଦେଇଥିଲେ । ସେହିପରି ହଙ୍ଗେରୀରେ ଜଣେ ୧୭ ବର୍ଷୀୟା ଯୁବତୀ ଏହି ଗୀତ ଶୁଣି ପାଣିକୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ ।

ଏହି ଗୀତାର ଲିରିକ୍ସ ଏତେ ଯନ୍ତ୍ରଣାଦାୟକ ଓ ଦୁଃଖରେ ଜର୍ଜରିତ ଯେ କେହି ବି ଏହାକୁ ଶୁଣିବା ପରେ ଇମୋସନାଲ ହୋଇପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.