ଚିନି ବ୍ୟବହାର କରି ବଢ଼ାନ୍ତୁ ଶରୀରର ସୁନ୍ଦରତା, ଆପଣାନ୍ତୁ ଏହିସବୁ ଟିପ୍ସ

ଯଦି ଆପଣଙ୍କୁ ଲାଗୁଥାଏ କି ଚିନି କେବଳ ଖାଦ୍ୟ ପାଇଁ ବ୍ୟବହାର କରାଯାଇପାରିବ ତାହେଲେ ଏବେ ଆପଣଙ୍କୁ ନିଜର ଏହି ଭାବନା ବଦଳାଇବାକୁ ପଡିବ । କାରଣ ଏହା କେବଳ ଆପଣଙ୍କ ମୁଁହକୁ ମିଠା କରିନଥାଏ ବରଂ ଆପଣଙ୍କ ସୁନ୍ଦରତା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା କିପରି ଚିନିର ବ୍ୟବହାର କରି ଆପଣ ନିଜର ତ୍ୱଚାକୁ ଚମକଦାର କରିପାରିବେ ।

Image result for sugar-for-beauty-care

  • ଚେହେରାରୁ ମୃତ ତ୍ୱଚା ହଟାଇବା ପାଇଁ ଆପଣ ଚିନିର ବ୍ୟବହାର କରିପାରିବେ । ସେଥିପାଇଁ ଟିକିଏ ଚିନିରେ ଲେମ୍ବୁରସ ଓ ଅଲିଭ ଅଏଲ ମିଶାଇ ଏହାକୁ ଧୀରେ ଧୀରେ ନିଜ ଚେହେରାରେ ମାଲିସ କରନ୍ତୁ । କେବଳ ଚେହେରା ନୁହେଁ ଆପଣଙ୍କ ଶରୀରରେ ଯେଉଁଠି ବି ଡେଡ ସ୍କିନ ଅଛି ଏହା ସାହାଯ୍ୟରେ ଆପଣ ତାକୁ ହଟାଇ ପାରିବେ ।
  • ଯଦି ଆପଣ ନିଜ ଚେହେରାକୁ ଆହୁରି ଗ୍ଲୋ କରାଇବାକୁ ଚାଁହୁଛନ୍ତି ତାହେଲେ ଆପଣ କିଛି ଚିନିରେ କଫି ପାଉଡର ମିଶାଇ ଏହାକୁ ଧୀରେ ଧୀରେ ନିଜ ଚେହେରାରେ ମସାଜ କରନ୍ତୁ ।
  • ଯଦି ଆପଣଙ୍କ ଶରୀରରେ ସ୍ଟ୍ରେଚମାର୍କ କିମ୍ବା ଦାଗ ରହିଛି ତାହେଲେ ଆପଣ ଚିନିରେ ଟିକିଏ ମହୁ, କଫି ଓ ବାଦାମ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ, । ଆଉ ତାପରେ ଏହି ଲେପକୁ ଦାଗ କିମ୍ବା ସ୍ଟ୍ରେଚମାର୍କ ସ୍ଥାନରେ ଲଗାନ୍ତୁ ।

Related image

  • ଚିନି ସାହାଯ୍ୟରେ ଆପଣ ଘରେ ବି ଭ୍ୟାକ୍ସ ପ୍ରସ୍ତୁତ କରିପାରିବେ । ସେଥିପାଇଁ ପ୍ରଥମେ ଚିନିରେ ଲେମ୍ବୁରସ ମିଶାଇ ଏହାକୁ ଗରମ କରନ୍ତୁ । ଏହା ଗରମ ହୋଇଯିବା ପରେ ତାକୁ ଶରୀରର ସେହି ସ୍ଥାନରେ ଲଗାନ୍ତୁ ଯେଉଁଠି ଆପଣଙ୍କର ବାଳ ଉଠିଛି । ଏବେ ତ୍ୱଚାରେ ଲାଗିଥିବା ଏହି ପ୍ରଲେପକୁ ବ୍ୟାଣ୍ଡେଜ ସାହାଯ୍ୟରେ ହଟାନ୍ତୁ ଯାହାଦ୍ୱାରା ଶରୀରରେ ଥିବା ଅଦରକାରୀ ଚୁଟି ଗୁଡିକ ବାହାରି ଆସିବ ।
  • Related image
  • କେବଳ ଏତିକି ନୁହେଁ ଚିନିଦ୍ୱାରା ଆପଣ ନିଜ ଓଠକୁ ମଧ୍ୟ ଗୋଲାପୀ କରିପାରିବେ । ଚିନିକୁ ଟିକିଏ ଗ୍ରାଇଣ୍ଡିଙ୍ଗ କରି ଏଥିରେ ନଡ଼ିଆ ତେଲ ଓ ଲେମ୍ବୁରସ ମିଶାଇ ଏହାକୁ ଓଠରେ ଧୀରେ ଧୀରେ ମସାଜ କରନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.