Below header

୧୨୦ ଏସିଡ ଆଟାକ ପୀଡିତାଙ୍କ ପାଇଁ ଆଗେଇ ଆସିଲେ ଶାହରୁଖ ଖାନ

ବଲିଉଡର କିଙ୍ଗ ଖାନ ଶାହରୁଖ ଜଣେ ଅଭିନେତା ହେବା ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ଶାହରୁଖ ଖାଁ ନିଜ ମିର ଫାଉଣ୍ଡେସନ ସହିତ ମିଶି ସବୁବେଳେ ସମାଜର ମଙ୍ଗଳ ପାଇଁ ଆଗକୁ ଆସିଥାନ୍ତି । ତାଙ୍କର ଫାଉଣ୍ଡେସନ ୧୨୦ ଏସିଡ ଆଟାକ ପୀଡିତାଙ୍କ ଉପଚାର କରୁଛି ।

ଏହାସହ ପଢନ୍ତୁ ଏହି ପିଲାର ଆକ୍ଟିଙ୍ଗ ଦେଖି ଅମିତାଭ ବଚ୍ଚନ କହିଲେ ବାଃ କ୍ୟା ବାତ ହେ, ଦେଖନ୍ତୁ ଭିଡିଓ

ଶାହରୁଖ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏସିଡ ଆଟାକ ପୀଡ଼ିତାଙ୍କ ସହିତ ପୋଜ ଦେଉଥିବାର ଦେଖାଯାଇଛି । ଏହି ଫଟୋର କ୍ୟାପ୍ସନରେ ସେ ଲେଖିଛନ୍ତି #ToGetHerTransformed ର ଆରମ୍ଭ କରିଥିବାରୁ ମୀର ଫାଉଣ୍ଡେସନ କୁ ବହୁତ ଧନ୍ୟବାଦ । ଏହାସହିତ ସେହି ୧୨୦ ମହିଳାଙ୍କୁ ଶୁଭକାମନା ଯେଉଁମାନଙ୍କର ବର୍ତ୍ତମାନ ସର୍ଜରୀ ହେଉଛି । ଏହିଭଳି ଏକ ଉତ୍ତମ କାର୍ଯ୍ୟରେ ଯୋଗ ଦେଇଥିବା ଡାକ୍ତର ମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ।

୨୦୧୩ ମସିହାରେ ଶାହରୁଖ ଖାନ ମୀର ଫାଉଣ୍ଡେସନ ଆରମ୍ଭ କରିଥିଲେ । ସେ ନିଜ ପିତାଙ୍କ ମୀର ତାଜ ମହମ୍ମଦଙ୍କ ନାମ ଅନୁସାରେ ଏହି ସଂସ୍ଥାର ନାମ ରଖିଥିଲେ । ଫାଦର୍ସ ଡେ ରେ ଶାହରୁଖ ମୀର ଫାଉଣ୍ଡେସନ ପାଇଁ ୱେବସାଇଟ Meerfoundation.org ମଧ୍ୟ ଲଞ୍ଚ କରିଥିଲେ ।

shah rukh khan

ତାଙ୍କର ଏହି ସଂସ୍ଥା ଏସିଡ ଆଟାକଙ୍କ ପାଇଁ କାମ କରିଥାଏ । ଏଥିରେ ସେ ପୀଡିତାଙ୍କ ଚିକିତ୍ସାଠୁ ନେଇ ତାଙ୍କୁ ଚାକିରୀ ଏବଂ ଅନ୍ୟ ସୁବିଧା ଯୋଗାଇ ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ଏହି ସଂସ୍ଥା ସମସ୍ତ ସୁବିଧାରୁ ବଂଚିତ ଥିବା ପିଲାମାନଙ୍କ ପାଇଁ ମଧ୍ୟ କାମ କରିଥାଏ । ତା ସହିତ ଏହି ସଂସ୍ଥା ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରିବା । ପାରା ଆଥଲେଟମାନଙ୍କୁ ହ୍ୱିଲ ଚେୟାର ଦାନ କରିବା । ବଂଚିତ ମହିଳା ଏବଂ ପିଲା ମାନଙ୍କୁ ସାହାଯ୍ୟ କରିବା ସହିତ ବନ୍ୟା ପୀଡିତଙ୍କ ପାଇଁ ଅର୍ଥ ପ୍ରଦାନ କରିବା ଭଳି ଉନ୍ନତିମୂଳକ କାର୍ଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.