Below header

ଡ୍ରଗ୍ସ ନେଉଥିବା ନେଇ ସ୍ୱୀକାର କଲେ ରିୟାଙ୍କ ଭାଇ ସୌଭିକ୍‌, ସୁଶାନ୍ତଙ୍କ ମୃତ୍ୟୁ ପରେ ବି କରିଥିଲେ ଅର୍ଡର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଏବେ ମର୍ଡର, ସୁଇସାଇଡ୍‌ଠୁ ଅଧିକ ଡ୍ରଗ୍ସ ର‍୍ୟାକେଟ୍‌ରେ ପରିବର୍ତ୍ତିତ ହୋଇଛି। ଗୋଟେ ପଟେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏନ୍‌ସିବି ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଯାଞ୍ଚ ଆରମ୍ଭ କରିଛି। ଏହି ମାମଲାରେ ଏନ୍‌ସିବି ଶୁକ୍ରବାର କଡ଼ା ଆକ୍ସନ୍‌ ନେଇଛି। ଟିମ୍‌ ରିୟା ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଅଚାନକ ଚଢ଼ଉ କରିଛି। ଏଥିସହ ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମୁଏଲଙ୍କୁ ଅଟକ ରଖିଛି।

ଇତି ମଧ୍ୟରେ କେସ୍‌ ସହ ଜଡ଼ିତ କେତେକ ଖାସ୍‌ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଖବର ମୁତାବକ ଏନ୍‌ସିବି ଆଗରେ ସୌଭିକ୍‌ ସ୍ୱୀକାର କରିଛନ୍ତି ଯେ ସେ ଡ୍ରଗ୍ସ ନେଉଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ସୈଭିକଙ୍କର ଏକ ଚାଟ୍‌ ସାମ୍ନାକୁ ଆସିଥିଲା। ଏଥିସହ ଡ୍ରଗ୍ସ ପେଣ୍ଡଲର ମଧ୍ୟ ତାଙ୍କ ନାଁ କହିଥିଲେ। ଏଣୁ ସୌଭିକଙ୍କ ନିକଟରେ ସତ କହିବା ଛଡ଼ା ଆଉ କିଛି ବାଟ ନଥିଲା।

soubhik

ରିପୋର୍ଟ ମୁତାବକ ଡ୍ରଗ୍ସ ଯାଞ୍ଚରେ ଗିରଫ ହୋଇଥିବା ପେଣ୍ଡଲର ଜୈଦ ବିଲାନ୍ନା ଜେରା ବେଳେ ଏକ ବଡ଼ ଖୁଲାସା କରିଥିଲେ। ଜୈଦ କହିଥିଲେ ଜୁଲାଇ ଶେଷରେ ଅର୍ଥାତ୍‌ ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ସେ ସାମୁଏଲଙ୍କୁ ଡ୍ରଗ୍ସ ଦେଇଥିଲେ। ଏଥିପାଇଁ ସୌଭିକ୍‌ ଟଙ୍କା ଦେଇଥିଲେ। ସାମୁଏଲଙ୍କୁ ଡ୍ରଗ୍ସ ଆଣିବା ଦାୟିତ୍ୱ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ନାର୍କୋଟିକ୍‌ ବ୍ୟୁରୋ ବାନ୍ଦ୍ରା ଅଞ୍ଚଳରୁ ଦୁଇ ଦିନ ପୂର୍ବରୁ ଜୈଦ ବିଲାନ୍ନା ଓ ଅବଦୁଲ ବାସିତ ପରିହାରଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.