Below header

ଆଜି ହେବ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ବଡ ଖୁଲାସା, ଏମ୍ସ ରିପୋର୍ଟରୁ ଜଣାପଡିବ ହତ୍ୟା ନା ଆତ୍ମହତ୍ୟା !

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏନସିବି ଟିମ୍‌ ଆଜି ସକାଳୁ ରିୟା ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କ ଘରେ ଏକା ସାଥିରେ ଛାପା ମାରିଛି। ଏହି ଚଢ଼ାଉ ପରେ ଯେଉଁଠି ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଶୁକ୍ରବାର ଅର୍ଥାତ ଆଜି ଏମ୍ସ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏମ୍ସ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ସୁଶାସ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା।

ସୁଶାନ୍ତ ମାମଲାରେ ନା କେବଳ ଯାଞ୍ଚ ଏଜେନ୍ସୀ ବରଂ ସୁଶାନ୍ତଙ୍କ ପରିବାର ଏବଂ ବନ୍ଧୁ ମଧ୍ୟ ଏବେ ଏମ୍ସ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ସିବିଆଇ ସୁଶାନ୍ତ ସିଂହଙ୍କ ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ କରିବା ପାଇଁ ୪ ଜଣିଆ ଏକ ଡାକ୍ତରୀ ଟିମ ଗଠନ କରିଥିଲେ। ଯିଏ ପୋଷ୍ଟମର୍ଟମ ରିପୋର୍ଟକୁ ଭଲଭାବେ ଯାଞ୍ଚ କରୁଛନ୍ତି।

ସୁଶାନ୍ତଙ୍କ ନିଧନ ପରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିଲେ। ଲୋକମାନେ ଦାବି କରିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ଏହାପରେ ସିବିଆଇ ଏହାର ଯାଞ୍ଚ କଲେ। ଆଉ ଏବେ ଏମ୍ସର ୪ ଜଣିଆ ଡାକ୍ତରଙ୍କ ଟିମ ଗଠନ କରାଯାଇ ସୁଶାନ୍ତଙ୍କ ମୃତ୍ୟୁର ପର୍ଦ୍ଦଫାସ୍‌ ହୋଇପାରେ ବୋଲି ଅନୁମାନ କରଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.