Below header

ଦୟାନଦୀକୁ ଡେଇଁଥିବା ଅଜଣା ଯୁବକଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର: ଗୁରୁବାର ଦୟାନଦୀକୁ ଡେଇଁପଡ଼ିଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ମୁତାବକ ପୋଖରିଆ ପୋଲ ନିକଟରୁ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ । ଗତକାଲି ମଧ୍ୟାହ୍ନ ସମୟରେ ଭୁବନେଶ୍ୱରସ୍ଥିତ ଧଉଳି ନିକଟରୁ ଯୁବକ ଜଣଙ୍କ ଡେଇଁ ପଡିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଥିଲେ ।

କୌଣସି ସ୍ଥାନରୁ ବାଇକରେ ଯୁବକ ଜଣଙ୍କ ଆସି ହଟାତ ନଦୀକୁ ଡେଇଁପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ତେବେ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ଏଯାବତ ମିଳିପାରିନଥିବା ବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ଏହାପଛର କାରଣ ପ୍ରେମବ୍ୟାପାର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.