Below header

IPL 2020: ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା, ରାଇନାଙ୍କ ପରେ ହରଭଜନ ସିଂ ମଧ୍ୟ ଖେଳିବେ ନାହିଁ ଆଇପିଏଲ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଆରମ୍ଭ ହେବା ଆଗରୁ ଚେନ୍ନାଇ ସୁପର କିଙ୍ଗସର ସମସ୍ୟା ବଢିଚାଲିଛି। ସୁରେଶ ରାଇନାଙ୍କ ପରେ ଏବେ ଅଫ ସ୍ପିନର ହରଭଜନ ସିଂ ବି ଟୁର୍ଣ୍ଣାମେଣ୍ଟରୁ ହଟିଯାଇଛନ୍ତି। ସେ ମଧ୍ୟ ଆଇପିଏଲରୁ ହଟିବା କାରଣକୁ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି। ତେବେ ହରଭଜନ ଟିମ ସହିତ ୟୁଏଇ ଯାଇ ନ ଥିଲେ। ଏପଟେ ସୁରେଶ ରାଇନା ଦେଶକୁ ଫେରିଆସିଛନ୍ତି।

hb

ସୂଚନାଥାଉ କି, ଏଥର ଆଇପିଏଲ କରୋନା ଯୋଗୁ ୟୁଏଇରେ ଖେଳାଯିବ। ଏହା ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ସମସ୍ତ ୮ଟି ଟିମ ମଧ୍ୟରେ ୬୦ଟି ମ୍ୟାଚ ଅନୁଷ୍ଠିତ ହେବ। ମ୍ୟାଚଗୁଡିକ ୩ ଷ୍ଟାଡିୟମ ଦୁବାଇ, ଶାରଜାହା ଓ ଅବୁଧାବିରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ବାୟୋ ସିକୟର ପରିବେଶରେ ଖେଳାଯିବ। ପ୍ରତ୍ୟେକ ୫ ଦିନରେ ସମସ୍ତ ଖେଳାଳି ଏବଂ ଷ୍ଟାଫ ମେମ୍ବରମାନଙ୍କର କରୋନା ଟେଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.