Below header

ଘରେ ଗୀତ ରେକର୍ଡ କରୁଥିଲେ ଝିଅ, ଅଚାନକ ଛାତ ଫଟାଇ ଭିତରକୁ ଆସିଲେ ମା’ ; ଦେଖନ୍ତୁ ଭିଡିଓ

ସାଧାରଣତଃ ଘରର ଛାତ ବହୁତ ମଜବୁତ ହୋଇଥାଏ ଯେଉଁଥିପାଇଁ ସେ ମଜବୁତରୁ ମଜବୁତ ପ୍ରତିବନ୍ଧକକୁ ବି ସାମ୍ନା କରିପାରିଥାଏ ।ସେଇଥିପାଇଁ ତ ଯେତେବେଳେ କାନ୍ଥ ଉଠେ ସେତେବେଳେ କେହି ଲଡୁ ବାଣ୍ଟିନଥାନ୍ତି କିନ୍ତୁ ଛାତ ପଡିବା ମାତ୍ରେ କିଛି ଲୋକ ଖୁସିରେ ଖାଇବାକୁ ଦେଇଥାନ୍ତି କିନ୍ତୁ ଆଜିକାଲିର ଛାତଘରରେ ସେ କଥା କାଇଁ । ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କି କଣ ସତରେ ଛାତ ଏତେ ଦୁର୍ବଳ ହୋଇପାରେ ଯେ ଗୋଟେ କାଗଜ ଭଳି ଫାଟିଯିବ । ବାକି ଆପଣ ଏହି ଭିଡିଓ ଦେଖିବା ପରେ ବୁଝିପାରିବେ ।

ଏହି ଭିଡିଓକୁ ଇନଷ୍ଟାଗ୍ରାମ ୟୁଜର klownary ସେୟାର କରିଥିଲେ ଆଉ କ୍ୟାପ୍ସନରେ ଲେଖିଥିଲେ ‘OMG’ । ପ୍ରକୃତରେ ଘଟଣାଟି ଠିକ ସେହିପରି ହିଁ ଥିଲା । କାରଣ ଥରେ ଭାବନ୍ତୁ ତ ଆପଣ ଘରେ ବସିଛନ୍ତି ଆଉ ହଠାତ କେହି ଛାତ ଫଟାଇ ଆସି ଆପଣଙ୍କ ନିକଟରେ ପଡୁଛି । ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ନା ? ଏହି କାରଣରୁ ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଲୋକମାନଙ୍କ ମଧ୍ୟରେ ବି ଉତ୍ସୁକତା ଦେଖିବାକୁ ମିଳିଛି ଯେ ପ୍ରକୃତରେ ଏହା ହେଲା କିପରି ?

 

View this post on Instagram

 

OMG

A post shared by BLACK LIVES MATTER (@klownary) on


ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ଯୁବତୀ ଘର ଭିତରେ ବସି ଗୀତ ରେକର୍ଡ କରୁଥିବା ସମୟରେ ଅଚାନକ ଛାତ ଫଟାଇ ଏକ ଗୋଡ଼ ତଳକୁ ଆସୁଛି । ଏହା ଦେଖି ଯୁବତୀ ଜଣକ ଭୟଭୀତ ହୋଇଯାଉଛନ୍ତି । ତେବେ ସେହି ଗୋଡ଼ ଦୁଇଟି ଉକ୍ତ ଯୁବତୀଙ୍କ ମା’ ଙ୍କର ଥିଲା ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.