ଆଇସ ବାଥ ପରେ ଏହି ସିଙ୍ଗର ପିଇଥାନ୍ତି ୟୁରିନ, ଭିଡିଓ ସେୟାର କରି ଜଣାଇଲେ ଫାଇଦା

ନିକଟରେ ପ୍ରସିଦ୍ଧ ଗାୟିକା ମେଡୋନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ମେଡୋନା ଆଇସ ବାଥ ନେବାପରେ ୟୁରିନ ପିଉଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ମେଡୋନାଙ୍କ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି।

ମେଡୋନା ଗତ ରବିବାରଦିନ ଏହି ଭିଡିଓ ପୋଷ୍ଟ କରିବା ସହ ଲେଖିଥିଲେ “ICE TRAY-NEW DRIP-3AM Ice bath”। ‘କଣ ଆମେ ଏକ ଆଇସ ବାଥ ଚ୍ୟାଲେଞ୍ଜ ନେବା ? 41 ଡିଗ୍ରୀ। କ୍ଷତର ସବୁଠାରୁ ଭଲ ଚିକିତ୍ସା’। ଭିଡିଓରେ ସେ ଏକ ହୋଟେଲର ବାଥରୁମରେ ନଜର ଆସିଛନ୍ତି। ଆଇସ ବାଥଟବରୁ ବାହାରିବା ପରେ ମେଡୋନା ନିଜର ମୋଜାକୁ ବାହାର କରୁଛନ୍ତି ଆଉ ତାପରେ ଏକ ପାତ୍ରରେ କିଛି ହଳଦିଆ ରଙ୍ଗର ପାନୀୟ ପିଉଥିବା ଦେଖିବାକୁ ମିଳିଥିଲା।

Image result for /singer-madonna-drinks-urine

ଏହାସହ ପଢନ୍ତୁ ଶାହରୁଖଙ୍କୁ ବିବାହ କରିବା ନେଇ ଫ୍ୟାନ ପଚାରିଲେ କାଜଲଙ୍କୁ ପ୍ରଶ୍ନ, ଉତ୍ତରରେ ଅଭିନେତ୍ରୀ କହିଲେ..

ମେଡୋନାଙ୍କ କହିବା ଅନୁଯାୟୀ ବରଫରୁ ବାହାରିବା ପରେ ୟୁରିନ ପିଇବା ସ୍ୱାସ୍ଥ୍ୟପାଇଁ ବହୁତ ଭଲ ହୋଇଥାଏ। ସୋସିଆଲ ମିଡିଆରେ ଏହି ସିଙ୍ଗରଙ୍କର ଭିଡିଓ ଭାଇରଲ ହେବାରେ ଲାଗିଛି। ଏହା ପ୍ରଥମଥର ନୁହେଁ ମେଡୋନା ଅନେକଦିନ ଧରି ଏକ ଚିକିତ୍ସା ପାଇଁ ୟୁରିନର ବ୍ୟବହାର କରିଆସୁଛନ୍ତି। ଏହାପୂର୍ବରୁ ସେ ପାଦର କ୍ଷତକୁ ଭଲ କରିବା ପାଇଁ ମଧ୍ୟ ୟୁରିନର ବ୍ୟବହାର କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.