Below header

ଖୁବ୍‌ ଶୀଘ୍ର ବଢ଼ି ପାରେ ରେଳ ଭଡ଼ା, ଅପେକ୍ଷା ନଭେମ୍ବର ଶେଷକୁ

ନୂଆଦିଲ୍ଲୀ : ଏବେ ରେଳଯାତ୍ରୀଙ୍କ ଉପରେ ପଡ଼ି ପାରେ ଅଧିକ ବୋଝ । ଖୁବ୍‌ ଶୀଘ୍ର ବଢ଼ି ରେଳ ଯାତ୍ରା ଭଡ଼ା ବଢ଼ିବ ବୋଲି ସୂଚନା ମିଳିଛି । ରେଳ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ । ଚଳିତ ମାସ ଶେଷ ସୁଦ୍ଧା ଭାରତୀୟ ରେଳ ବିଭାଗ ଏକ ନୂଆ ରେଳନୀତି ଘୋଷଣା କରିବାକୁ ଯାଉଛି । ଯେଉଁଥିରେ ଭଡ଼ା ବଢ଼ାଇବାର ପ୍ରସ୍ତାବ ମଧ୍ୟ ରହିଛି । ଯାହା ସୂଚନା ମିଳିଛି, ରେଳ ବିଭାଗ ଟିକେଟ୍‌ ମୂଲ୍ୟରେ ୮ରୁ ୧୦ ପ୍ରତିଶତ ବୃଦ୍ଧି କରି ପାରେ । ଆହୁରି ମଧ୍ୟ ଗୋଟିଏ ପ୍ରସ୍ତାବ ରହିଛି ଯେ ଯେଉଁ ରୁଟ୍‌ରେ ଅଧିକ ଯାତ୍ରୀଙ୍କ ଭିଡ଼ ହେଉଥିବ ସେହି ରୁଟ୍‌ରେ ଟିକେଟ୍‌ ମୂଲ୍ୟ ମଧ୍ୟ ଅଧିକ ହୋଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.