ଚିଡ଼ିଆଖାନାରେ ମହିଳାଙ୍କୁ କୁଣ୍ଢେଇ ପକାଇଲା ଭାଲୁ, ଦେଖନ୍ତୁ ତା’ପରେ କ’ଣ ହେଲା…

ଚିଡ଼ିଆଖାନା ବୁଲିବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଏକ ଏମିତି ଘଟଣା ଘଟିଛି, ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିଯିବେ। ମେକ୍ସିକୋର ଇକୋଲୋଜିକାଲ ପାର୍କରେ ଏକ ଭାଲୁ ଜଣେ ମହିଳାଙ୍କ ଉପରେ ଚଢ଼ି ତାଙ୍କ ଚୁଟିକୁ ସଲସଲ କରୁଥିବା ଦେଖିବାକୁ ମିଳିଛି। ଏହା ଦେଖି ପାଖରେ ଥିବା ଲୋକେ ହସି ହସି ବେଦମ୍‌ ହୋଇଛନ୍ତି। ଏହି ଦୃଶ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଛି।

ଦେଖନ୍ତୁ ଭିଡିଓ:

Video Courtesy: adlervonstahl

ଭିଡିଓରେ ଦେଖିବାକୁ ମିଳିଛି ଯେ ପର୍ଯ୍ୟଟକଙ୍କ ଏକ ଗ୍ରୁପ୍‌ ପାର୍କ ଭିତରେ ବୁଲୁଛନ୍ତି। ସେହି ସମୟରେ ତାଙ୍କ ପାଖକୁ ଏକ ଭାଲୁ ଆସୁଛି। ଲୋକମାନେ ଭାଲୁ କାଳେ ଆକ୍ରମଣ କରିବ ଭାବି ଭୟରେ ଚୁପ୍‌ଚାପ୍‌ ଠିଆ ହୋଇଗଲେ। ଭାଲୁ ଆସି କିଛି ଉତ୍ପାତ କରିବା ପରିବର୍ତ୍ତେ ଦୁଇ ଗୋଡ଼ରେ ଠିଆ ହୋଇ ଜଣେ ମହିଳାଙ୍କୁ ପଛ ଆଡ଼ୁ କୁଣ୍ଢେଇ ପକାଇ ତାଙ୍କ ଚୁଟିକୁ ସଲସଲ କରିବାକୁ ଲାଗିଥିଲା। ଏହା ଦେଖି ଉପସ୍ଥିତ ଲୋକେ ହସିବାରୁ ଭାଲୁ ସ୍ଥାନ ଛାଡ଼ି ଚାଲିଯାଇଥିଲା। ୫୮ ସେକେଣ୍ଡର ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା।

ଏହାସହ ପଢ଼ନ୍ତୁ:  ତାନ୍ତ୍ରିକ କହିଲା ଘର ତଳେ ଅଛି ଅଢ଼େଇ କ୍ୱିଣ୍ଟାଲ ସୁନା, ଖୋଲିବାରୁ ବାହାରିଲା ଏମିତି କିଛି…

ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ଥର ଦେଖାସରିଲାଣି। ଭିଡିଓଟିକୁ ଲୋକମାନେ ଖୁବ୍‌ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି ଭାଲୁ ଆକ୍ରାମଣାତ୍ମକ ହୋଇନଥାନ୍ତି, ସେମାନଙ୍କୁ ଭଲ ପାଇବା ଦେଲେ ସେମାନେ ଖୁସି ହୋଇଥାନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଏହା ମୋ କାଳି ବିଲେଇ ଭଳି, ପାଖକୁ ଆସି ହାତକୁ ଚାଟି ନିଜ ଆଡେ ଆଟେନସନ୍‌ ଚାହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.