ପୁରୀରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଅସମ୍ମାନ, ସୋସିଆଲ ମିଡିଆରେ ଭିଡିଓ ଜାରି କରି ପ୍ରକାଶ କଲେ ଅସନ୍ତୋଷ

ପୁରୀ(କେନ୍ୟୁଜ୍):   ପୁରୀରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଅବଢା ଖାଇଛନ୍ତି । ଏହି ସମୟରେ ତାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରିଛନ୍ତି । ଭୋଗ ଦୋକାନୀ ତାଙ୍କୁ ଅଶ୍ଳୀଳ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଜଗନ୍ନାଥ ଧାମରେ ନାରୀଙ୍କୁ ଅସମ୍ମାନ, ଏକ ଖରାପ କଥା ବୋଲି ରାନୀ ପଣ୍ଡା କହିଛନ୍ତି । ଏହା ସହ ପ୍ରଶାସନକୁ ଦୁଇଟି ଅନୁରୋଧ କରିଛନ୍ତି । କଡ଼ାକଡି ସୁରକ୍ଷା ବ୍ୟବସ୍ଥା ସହ ଆନନ୍ଦ ବଜାରରେ ଅବଢା ବିକ୍ରୀ କରୁଥିବା ଲୋକଙ୍କୁ ସଚେତନ କରାଯାଉ ବୋଲି କହିଛନ୍ତି ରାନୀ ପଣ୍ଡା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.