Below header

ଓଜନକୁ ନେଇ ଖରାପ କମେଣ୍ଟ କରିଥିବା ୟୁଜର୍ସଙ୍କୁ ଉଚିତ୍ ଜବାବ ଦେଲେ ସୋନାକ୍ଷୀ ସିହ୍ନା, ଭିଡିଓ ସେୟାର କରି ଟ୍ରୋଲର୍ସଙ୍କର ନେଲେ କ୍ଳାସ୍

ମୁମ୍ବାଇ: ସୋନାକ୍ଷୀ ସିହ୍ନା ବଳିଉଡ୍ ର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆରେ ପ୍ରାୟତଃ ଟ୍ରୋଲିଙ୍ଗର ସାମ୍ନା କରିଥାନ୍ତି । ଟ୍ରୋଲର୍ସ ତାଙ୍କ ଓଜନକୁ ଏବଂ ବଡିକୁ ନେଇ ଖରାପ କମେଣ୍ଟ କରିଥାନ୍ତି କିନ୍ତୁ ଏବେ ସୋନାକ୍ଷୀ ଚୁପ୍ ନରହି ସେମାନଙ୍କୁ ଜବାବ୍ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଏପରି କମେଣ୍ଟ ତାଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ ।

Sonakshi-Sinhaସେ ଏନେଇ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି, ଚାଲନ୍ତୁ ରୁମରେ ବସିଥିବା ହାତୀ ବିଷୟରେ କଥା ହେବା । ବହୁ ବର୍ଷ ଧରି ମୋ ଓଜନ ପାଁ ମୋତେ ଟ୍ରୋଲ୍ କରାଗଲା । ମୋତେ କେବେ ଏଥିପ୍ରତି ରିଆକ୍ଟ କରିବାର ଆବଶ୍ୟକତା ପଡିନାହିଁ । କାରଣ ମୁଁ ଜାଣିଛି କି ମୋ ଲକ୍ଷ ସେମାନଙ୍କ ଚିନ୍ତାଧାରା ଠାରୁ ବହୁତ ବଡ ।

ଏହାସହ ପଢନ୍ତୁ:

ସୋସିଆଲ ମିଡିଆରେ ଭାଇରାଲ ହେଲା ନୋରା ଫତେହିଙ୍କ ଏହି…

ସେ କହିଛନ୍ତି କି, ଟ୍ରୋଲ୍ସ, ସେହି ଲୋକ ନିଜକୁ ହିଁ କହିଥାନ୍ତି । ସେହି ଆପଣଙ୍କ ଭଲ ଉର୍ଜାକୁ ନଷ୍ଟ କରିବାକୁ ଚାହାନ୍ତି । ବାକି ଲୋକ ତ ପରଙ୍କୁ ଜର୍ଜ କରିବା ଛଡା ସେମାନଙ୍କ ପାଖରେ ଆଉ କିଛି କାମ ନାହିଁ । ଏହି ଲୋକ କିଛି ବି କହିଥାନ୍ତି । କେବେ କେବେ ମୋତେ ରାଗ ବି ଆସେ । ଖରାପ ଲାଗିଥାଏ କିନ୍ତୁ ଏବେ ମୋତେ ଏହା ଉପରେ ହସ ଲାଗୁଛି । ଏହି ଲୋକେ ମାନେ ଗୋଟେ ମଜାକ୍ ଅଟନ୍ତି ।

ଏହାସହ ସୋନାକ୍ଷୀ କହିଛନ୍ତି କି, ମୁଁ ଭାବୁଛି ୩୦କିଲୋ ଓଜନ କମ୍ କରିବା ପରେ ବି ଏହି ଲୋକ ସେହି କଥା ହିଁ କହୁଛନ୍ତି । ସେତେବେଳେ ମୁଁ କହିଲି ଭାଡ୍ ମେ ଯାଓ । ଦେଖନ୍ତୁ ସୋନାକ୍ଷୀଙ୍କର ସେହି ଭିଡିଓ ଯେଉଁଥିରେ ତାଙ୍କୁ କମେଣ୍ଟ କରିଥିବା ବ୍ୟକ୍ତିଙ୍କୁ ସେ କେମିତି ଉଚିତ୍ ଜବାବ ଦେଇଛନ୍ତି ।

https://www.instagram.com/tv/B4PGdL1g19j/?utm_source=ig_web_copy_link

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.