Below header

ସୁରକ୍ଷିତ ଭାବେ ଘରେ ପହଞ୍ଚାଇଥିବାରୁ ସ୍ୱାମୀଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ସୋନମ, ସେୟାର କଲେ ଫଟୋ

ବଲିଉଡରେ ଫ୍ୟାଶନ ଡିଭା ଭାବେ ବେଶ ପରିଚିତ ସୋନମ କପୁର। ସବୁବେଳେ ନିଜର ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚିତ ଥାନ୍ତି ସୋନମ। ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି । ଲକଡାଉନ ଯୋଗୁଁ ନିଜ ପରିବାର ସହିତ ସୋନମ ମୁମ୍ବାଇରେ ରହିଛନ୍ତି। ଏଥିପାଇଁ ଘର ଲୋକଙ୍କ ସହିତ ନିଜର ଜନ୍ମଦିନକୁ ଦମଦାର ଭାବେ ପାଳନ କରିଛନ୍ତି। ଯାହାର ଫଟୋ ଫ୍ୟାନଙ୍କ ସହିତ ସେୟାର କରିଛନ୍ତି। ଲକଡାଉନରେ ଦୁଇମାସ ଦିଲ୍ଲୀରେ ଶ୍ୱଶୁର ଘର ଲୋକଙ୍କ ସହିତ ରହିବା ପରେ ଗତ ସପ୍ତାହରେ ହିଁ ମୁମ୍ବାଇକୁ ନିଜ ପରିବାର ଲୋକଙ୍କ ପାଖରେ ପହଞ୍ଚିଛନ୍ତି।

ss

ସୋନମ ନିଜ ଜନ୍ମଦିନର କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଯେଉଁ ଫଟୋରେ ସୋନମ ନିଜ ଭଉଣୀ ଏବଂ ପରିବାର ସହିତ ବାର୍ଥଡେ ସେଲିବ୍ରେସନ କରୁଥିବା ନଜର ଆସିଛନ୍ତି। ଫଟୋ ଭଉଣୀ ସହିତ ଫଟୋ ପୋଷ୍ଟ କରି ସୋନମ ଲେଖିଛନ୍ତି, ‘ନିଜ ଭଉଣୀ ପାଖକୁ ଫେରିଛି, ଧନ୍ୟବାଦ ମୋ ଅସାଧାରଣ ପତି। ସ୍ୱାମୀ ଆନନ୍ଦ ଆହୁଜାଙ୍କ ଯୋଗୁଁ ନିଜର ବାର୍ଥଡେ ପରିବାର ସହିତ ପାଳନ କରିପାରୁଛନ୍ତି। ଯାହା କୌଣସି ବାର୍ଥଡେ ଗିଫ୍ଟ ଠାରୁ କମ୍‌ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.