ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ଚାରି ଜଣ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ଚାରି ଜଣ କରୋନା ପଜିଟିଭ୍‌ ଚିହ୍ନଟ । ଏହାକୁ ମିଶାଇ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୯୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୫୩ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ରହିଛି ୩୭ । ଏହାସହ ତିନି ଜଣଙ୍କର ଜୀବନ ନେଇଛି କରୋନା ।

ସୂଚନା ଅନୁଯାୟୀ, ଏହି ଚାରି ଜଣ କରୋନା ପଜିଟିଭ୍‌ଙ୍କ ଭିତରେ ତିନି ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳର ହାଇଦ୍ରାବାଦ ଫେରନ୍ତା ଜଣେ ୨୮ ବର୍ଷୀୟ ଯୁବକଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ ।

covidସେହିପରି ଡୁମଡୁମା ଅଞ୍ଚଳରେ ଦିଲ୍ଲୀ ଫେରନ୍ତା ୨୯ ବର୍ଷୀୟ ଯୁବକ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ପଟିଆ ଅଞ୍ଚଳର ଗୋଟିଏ ପରିବାରର ଜଣେ ପୁରୁଷ ଓ ଜଣେ ମହିଳା ସଂକ୍ରମିତ ହୋଇଛନ୍ତି । ସେମାନେ ଦିଲ୍ଲୀରୁ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.