Below header

ବିବାହର ୧୧ ବର୍ଷ ପରେ ରାମଚରଣଙ୍କ ଘରକୁ ଆସିଲେ କୁନି ଅତିଥି, ପତ୍ନୀ ଉପାସନା ଶିଶୁକନ୍ୟାକୁ ଦେଲେ ଜନ୍ମ

ସାଉଥ ସୁପରଷ୍ଟାର ରାମଚରଣ ଏବଂ ଉପାସନା ଘରକୁ ଆସିଲେ ଲକ୍ଷ୍ମୀ । ପତ୍ନୀ ଉପାସନା ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଖବର ମିଳିଛି । ବିବାହର ୧୧ ବର୍ଷ ପରେ ବାପା ମା’ ହୋଇଥିବାରୁ ଉଭୟେ ବେଶ୍‌ ଖୁସି ରହିଛନ୍ତି ।

ସାଉଥ ସୁପରଷ୍ଟାର ରାମଚରଣ ବାପା ହୋଇଛନ୍ତି । ରାମଚରଣଙ୍କ ପତ୍ନୀ ଉପାସନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଉପାସନା ଆଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ଉଭୟେ ବାପା ମା ହୋଇଛନ୍ତି । ଉଭୟ ମା ଓ ଶିଶୁ ସୁରକ୍ଷିତ ଥିବା ମେଡିକାଲ ତରଫରୁ ସୂଚନା ଦିଆଯାଇଛି।

ରାମଚରଣ ବାପା ହେବା ପରେ ତାଙ୍କ ବାପା ମେଗାଷ୍ଟାର ଚିରଞ୍ଜୀବୀଙ୍କ ଘରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ଦୀର୍ଘ ବର୍ଷ ପରେ ଘରକୁ ନୂଆ ଅତିଥି ଆସିଥିବାରୁ ଖୁସିରେ ସମସ୍ତେ ମସଗୁଲ ରହିଛନ୍ତି ।

ଉପସାନା ଏବଂ ରାମ ଚରଣ ୧୯ ଜୁନ୍ ରାତିରେ ଡାକ୍ତରଖାନାରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଫଟୋ ଭାଇରଲ ହେବା ପରେ ଉପାସନା ମା’ ହେବା ପରେ ରାମଚରଣଙ୍କ ଫ୍ୟାନ୍ସ ଶୁଭକାମନା ଜଣାଇବା ଆରମ୍ଭ କରି ଦେଇଛନ୍ତି । ଉପାସନା ମା ହେବା ପରେ ରାମଚରଣଙ୍କ ଫ୍ୟାନ୍ସ ଶୁଭକାମନା ଜଣାଇବା ଆରମ୍ଭ କରି ଦେଇଛନ୍ତି । ଏପରିକି ମେଗାଷ୍ଟାର ଚିରଞ୍ଜୀବଙ୍କ ଘରକୁ ମେଗା ପ୍ରିନ୍ସେସ୍‌ ଆସିଲେ ବୋଲି ବି ଟ୍ୱିଟ କରିବାକୁ ଲାଗିଛନ୍ତି ।

ରାମଚରଣ ଓ ଉପାସନା ୨୦୧୨ ମସିହା ଜୁନ୍‌ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛି ଦିନ ପୂର୍ବେ ସେମାନେ ନିଜ ୧୧ତମ ବିବାହ ବାର୍ଷିକୀକୁ ଖୁବ୍‌ ଧୁମଧାମରେ ସେଲିବ୍ରେଟ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଭଲ ବନ୍ଧୁ ଥିଲେ। ଏକାସାଙ୍ଗରେ କଲେଜରେ ପଢୁଥିଲେ। ଧୀରେ ଧୀରେ ବନ୍ଧୁତା ଭଲପାଇବାରେ ପରିଣତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.