ଲୋକାରଣ୍ୟ ଶ୍ରୀକ୍ଷେତ୍ର, ବାଲୁକାକଳାରେ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ରଥଯାତ୍ରା ଉପଲକ୍ଷେ ଆକର୍ଷଣୀୟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ତିନିରଥ ସହ ମହାପ୍ରଭୁଙ୍କ ଚିତ୍ତାକର୍ଷକ ରୂପ ବାଲୁକାକଳା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ନଡ଼ିଆ ଓ ପଦ୍ମଫୁଲ ମାଧ୍ୟମରେ ମହାବାହୁଙ୍କ କଳାକୃତି ଖୁବ୍ ମନୋଲୋଭ ହୋଇଛି ।

ପୁରୀ (କେନ୍ୟୁଜ): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀଜୀଉ । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ କାଳିଆ ସାଆନ୍ତେ । ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର ଓ ବଡଦାଣ୍ଡ । ସିଂହଦ୍ବାର ସମ୍ମୁଖରେ ଦାରୁଦିଅଁଙ୍କ ଅପେକ୍ଷାରେ ରହିଛି ୩ ରଥ ।

ଏହି ଅବସରରେ ଆକର୍ଷଣୀୟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ତିନିରଥ ସହ ମହାପ୍ରଭୁଙ୍କ ଚିତ୍ତାକର୍ଷକ ରୂପ ବାଲୁକାକଳା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ନଡ଼ିଆ ଓ ପଦ୍ମଫୁଲ ମାଧ୍ୟମରେ ମହାବାହୁଙ୍କ କଳାକୃତି ଖୁବ୍ ମନୋଲୋଭ ହୋଇଛି । ମହାପ୍ରଭୁଙ୍କ ପରମ ଭକ୍ତ ଦାସିଆ ବାଉରୀଙ୍କ ଭକ୍ତିକୁ ଏହି ବାଲୁକା ଚିତ୍ର କଳାରେ ପ୍ରଦର୍ଶନ କରଯାଇଛି । ୬ ଫୁଟ ଏହି ବାଲୁକା ଚିତ୍ରକଳାରେ ୫ ଟନ ବାଲି ବ୍ୟବହାର ହୋଇଛି । ପୁରୀର ନୀଳାଦ୍ରି ବିଚରେ ସୁଦର୍ଶନ ତାଙ୍କର ବାଲୁକା ଚିତ୍ରକଳାଟି କରିଛନ୍ତି । ଯାହାକୁ ଦେଖିବାକୁ ଶହ ଶହ ପର୍ଯ୍ୟଟକଙ୍କ ବେଶ ଭିଡ଼ ଲାଗିଛିି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.