Below header

କ୍ୟାରିୟର ଆରମ୍ଭରେ ଅମିତାଭଙ୍କ ୧୨ଟି ଫିଲ୍ମ ଫ୍ଲପ ହୋଇଥିଲା, ଆଜି ସେ ବଲିଉଡର “ଶେହନସାହ”

ଆଜି ହେଉଛି ବଲିଉଡ ଜଗତର ମହାନ ଅଭିନେତା ଅମିତାଭ ବଚନଙ୍କ ଜନ୍ମ ଦିନ ।  ୧୯୪୨ ମସିହା ଆଜିର ଦିନ ଅର୍ଥାତ ଅକ୍ଟୋବର ୧୧ ତାରିଖରେ ଉତ୍ତରପ୍ରଦେଶର ଆଲ୍ହାବାଦ ସହରରେ ଜନ୍ମ ନେଇଥିଲେ ଏହି ବାଦଶାହ ।  ୭୯ ବର୍ଷର ଜୀବନ ଯାତ୍ରା ଭିତରେ ଅନେକ ଖାଲ ଢିପର ସାମ୍ନା କରିଛନ୍ତି ଏହି ସୁପର ଷ୍ଟାର ଜଣଙ୍କ ।  ଖାଲି ଭାରତ ନୁହେଁ ଭାରତ ବାହାରେ ବି ତାଙ୍କର ଅନେକ ଫ୍ୟାନ୍ସ ଅଛନ୍ତି ।  ଆଜି ଜଣେ ଅପ୍ରତିଦ୍ବନ୍ଦି, ଅସାଧାରଣ ଅଭିନେତା ଭାବରେ ଗଣା ଅମିତାଭଙ୍କ ଜୀବନ ଯାତ୍ରା କିନ୍ତୁ ସେତେଟା ସହଜ ନଥିଲା ।  ଆଜିର ଏ ବିଜୟ ଯାତ୍ରାର ପଥିକ ହେବାକୁ ତାଙ୍କୁ ଅନେକ ଅସଫଳତାର ସାମ୍ନା କରିବାକୁ ପଡିଛି ।  ସଫଳତା ପାଇବାକୁ ଅନେକ କଠିନ ସ୍ଥିତିର ସାମ୍ନା କରିବାକୁ ପଡିଛି ତାଙ୍କୁ ।  ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ କମ ଲୋକ ଜାଣନ୍ତି ଅମିତାଭଙ୍କ ମା ତେଜି ବଚନ ହେଉଛନ୍ତି ମୂଳତଃ କରାଚିର ବାସିନ୍ଦା ।  ପିଲାଟି ବେଳରୁ ଅମିତାଭଙ୍କର ଇଂଜିନିୟର ହେବାକୁ କିମ୍ବା ଏୟାରଫୋର୍ସରେ କ୍ୟାରିୟର ଗଢିବାକୁ ଖୁବ ଆଗ୍ରହ ଥିଲା ।  କିନ୍ତୁ ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଥିଲା ।

amitabh

ଫିଲ୍ମ ଇଣ୍ଡଷ୍ଟ୍ରିର ଶେହେନସହ ପାଲଟି ଗଲେ ଅମିତାଭ ।  ଆଜି ତାଙ୍କୁ ଯେଉଁ ଦରଜା ମିଳିଛି ତାହା ହୁଏତ ସବୁ ଅଭିନେତା, ଅଭିନେତ୍ରୀ ମାନଙ୍କ ପାଇଁ ନିଶ୍ଚିତ ରୂପେ ସ୍ବପ୍ନ ଥିବ । କିନ୍ତୁ ଜାଣନ୍ତିକି କ୍ୟାରିୟର ଆରମ୍ଭରୁ ଅମିତାଭଙ୍କ ଅଭିନୀତ ୧୨ଟି ଫିଲ୍ମ ଫ୍ଲପ ହୋଇଥିଲା ।  ଏମିତିକି ନିଜ ଗମ୍ଭୀର ସ୍ୱର କାରଣରୁ ଅଲ ଇଣ୍ଡିଆ ରେଡ଼ିଓରେ ରିଜେକ୍ଟ ବି ହୋଇଥିଲେ ।  କିନ୍ତୁ ନିଜ ଦୃଢ ଇଚ୍ଛା ଶକ୍ତି ଓ ନିରନ୍ତର ପ୍ରୟାସରେ ନିଜ ଭାଗ୍ୟ ବଦଳାଇ ପାରିଛନ୍ତି ବଲିଉଡର ଏହି ବାଦଶାହ ।  କିନ୍ତୁ ଧୀରେ ଧୀରେ ସମୟର ପରିବର୍ତ୍ତନ ଘଟିଥିଲା ।  ବଲିଉଡ ଜଗତର ଶେହେନସା ପାଲଟି ଥିଲେ ଅମିତାଭ ।  ଅମିତାଭଙ୍କ ସବୁଠୁ ବଡ ବିଶେଷ ଗୁଣ ହେଉଛି ତାଙ୍କ ବଳିଷ୍ଠ ଅଭିନୟ ଓ ଡ଼ାଇଲଗ ଡେଲିଭରି ।  ତାଙ୍କ ଅଭିନୀତ ଫିଲ୍ମର ଡ଼ାଇଲଗକୁ ଆଜି ବି ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ।

ଫିଲ୍ମ ‘ସାଥ ହିନ୍ଦୁସ୍ତାନୀ’ରୁ ଅଭିନୟ ଜଗତରେ ପ୍ରବେଶ କରିଥିବା ଅମିତାଭଙ୍କ ପାଇଁ ପ୍ରଥମେ ନିର୍ଦ୍ଦେଶକମାନେ ବିଶ୍ୱାସ ମନରେ ଧାରଣା ଥିଲାଯେ ଏହି ପତଳା ଶରୀର ଏବଂ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ସ୍ୱତନ୍ତ୍ର ଗୁଣ ନାହିଁ । ଯେଉଁଥିପାଇଁ ଦର୍ଶକମାନେ ତାଙ୍କୁ ପରଦାରେ ପସନ୍ଦ କରିବେ । କିନ୍ତୁ ଅଭିନୟ, ଅନୁଶାସନ ଏବଂ ପରିଶ୍ରମ ଯୋଗୁଁ ଇଣ୍ଡଷ୍ଟ୍ରିରେ ବିଗ୍ ବି ଆଜି ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।
ବିଗତ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି । ଏଯାବତ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଛନ୍ତି । ତାଙ୍କ ଅଭିନୟ କ୍ୟାରିୟରରେ ତାଙ୍କୁ ଅଗଣିତ ପୁରସ୍କାରରେ ସମ୍ମାନିତ କରାଯାଇଛି ।  ସେ ଦାଦାସାହେବ ଫାଲକେ ପୁରସ୍କାର ଠାରୁ ଆରମ୍ଭ କରି ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପର୍ଯ୍ୟନ୍ତ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଖୁବ କମ ଭାରତୀୟଙ୍କୁ ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୬ ଥର ଫିଲ୍ମଫେୟାର ପୁରସ୍କାର ଜିତିଥିବା ଅମିତାଭ ବଚ୍ଚନ କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ଜଣେ ପ୍ଲେବ୍ୟାକ୍ ଗାୟକ ତଥା ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.