ଭିଜିଲାନ୍ସ ଜାଲରେ ଦେବଗଡ଼ ବଡ଼ଛାପଲ ପଞ୍ଚାୟତରେ କାର୍ଯ୍ୟରତ ଜିପିଟିଏ

ଦେବଗଡ଼(କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଦେବଗଡ଼ ତିଳେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ପଞ୍ଚାୟତରେ କାର୍ଯ୍ୟରତ ଟେକନିକାଲ୍‌ ଆସିଷ୍ଟାଣ୍ଟ ବିକାଶ ବେହେରାଙ୍କ ଘରେ ରେଡ୍‌। ବଳମସ୍ଥିତ ବାସଭବନ ଓ କଂଢଳ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍‌ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍‌।

ବଳମରେ ଦୁଇ ମହଲା ଘର, ୬୦ଟି ପ୍ଲଟ , ଚାରି ଚକିଆ ଗାଡି ଓ ୧ଲକ୍ଷ ଟଙ୍କା ମିଳିଛି। ଚଢାଉ ଜାରି ରହିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ। ରେଡ୍‌ରେ ୪ଜଣ DSP ଓ ୨ଜଣ ଇନିସପେକ୍ଟରଙ୍କ ସମେତ ୨୦ କର୍ମଚାରୀ ସାମିଲ ହୋଇଛନ୍ତି।

ସୂଚନା ଥାଉକି, ଭିଜିଲାନ୍ସ ଜାଲରେ ପଡୁଛନ୍ତି ଗୋଟିଏ ପରେ ଗୋଟିଏ ସରକାରୀ ବାବୁ । ଗତକାଲି  ଦିନକରେ ୩ ଜଣ କ୍ଲାସ ୧ ଅଫିସର ଭିଜିଲାନ୍ସ ଜାଲରେ ପଡିଥିଲେ। ଗତକାଲି ୩ଜଣ ବଡ଼ ଅଧିକାରୀଙ୍କ ଘରେ ଚଢାଉ କରି ୨୨ଲକ୍ଷ ୬୧ହଜାର ୪୩୦ ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସ ର ୭ଟି ଟିମ୍‌ ଏହି ରେଡ୍‌ କରିଥିଲା।

୨ଜଣ SP, ୯ଜଣ DSP ଓ ୭ଜଣ ଇନିସପେକ୍ଚର ସାମିଲ ହୋଇଥିଲେ। ରାଉରକେଲା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ରଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ରାଉରକେଲାରୁ ଫେରିବା ବେଳେ ଭୁବନେଶ୍ୱରରୁ ୧ଲକ୍ଷ ୭୫ହଜାର ଟଙ୍କା ସହ ଧରା ପଡିଥିଲେ । ତାଙ୍କ ପାଖରେ ଥିବା ୧ ଲକ୍ଷ ୭୫ ହଜାର ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ ବିଭାଗ । ହେଲେ ସେ ସେହି ଅର୍ଥର କିଛି ସନ୍ତୋଷଜନକ ହିସାବ ଦେଇ ପାରିନଥିଲେ ସେ। ଯାହା ଫଳରେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଗିରଫ କରି କୋର୍ଟ ଫରଓ୍ଵାଡ କରିଥିଲା । ଏଥିସହ ସୁନ୍ଦରପଦା ରେ ଥିବା ତାଙ୍କ ଘରେ ତଲାସୀ କରାଯାଇଥିବା ଜଣାପଡିଛି ।

ଅନ୍ଯପଟେ,  କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ଓ ବାଲେଶ୍ୱର ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କୁ କୋର୍ଟ ଚାଲାଣ କରାଯିବ। ବିଧାନ ସାହୁଙ୍କ ନିକଟରୁ ତାଙ୍କ ନିକଟରୁ ୧୦ ଲକ୍ଷ ୭ହଜାର ଟଙ୍କା ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.