‘ଲାଡଲା’ ଫିଲ୍ମରେ ଦିବ୍ୟା ଭାରତୀଙ୍କ ଜାଗା ନେଇଥିଲେ ଶ୍ରୀଦେବୀ, କାହିଁକି ?

ଅନେକ ହୁଏତ ଜାଣି ନଥିବେ ଅନୀଲ କପୁର-ଶ୍ରୀଦେବୀଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ଲାଡଲା ପଛର କାହାଣୀ । ପିଲ୍ମଟି ତାମିଲ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଏକ ଫିଲ୍ମର କାହାଣୀ ଉପରେ ଆଧାରିତ ଥିଲା । ତେବେ ଶ୍ରୀଦେବୀ ଏହାର ମୂଳ ନାୟିକା ନଥିଲେ । ଥିଲେ ତାଙ୍କ ଭଳି ଦିଶୁଥିବା ତଥା ସେତେବେଳେ ଶ୍ରୀଦେବୀଙ୍କୁ ଟକ୍କର ଦେଉଥିବା ଯୁବା ଅଭିନେତ୍ରୀ ଦିବ୍ୟା ଭାରତୀ । ଅନୀଲଙ୍କ ସହ ଫିଲ୍ମର ପ୍ରାୟ ୮୦ ଭାଗ ସୁଟିଂ ସାରି ଦେଇଥିଲେ ଦିବ୍ୟା । କିନ୍ତୁ ମାତ୍ର ୧୯ ବର୍ଷ ବୟସରେ ଘର ଛାତ ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏଭଳି ଅଚାନକ ମୃତ୍ୟୁରେ ଫିଲ୍ମର ପ୍ରଯୋଜକ ସ୍ତବ୍‌ଧ ହୋଇ ଯାଇଥିଲେ । କଣ କରିବେ କିଛି ବୁଦ୍ଧିବାଟ ଦିଶିନଥିଲା । ତେବେ ପରବର୍ତ୍ତୀ ସମୟରେ ଶ୍ରୀଦେବୀଙ୍କୁ ବୁଝାସୁଝା କରି ଦିବ୍ୟା ଭାରତୀଙ୍କ ସ୍ଥାନରେ ନିଆଯାଇଥିଲା । ଦିବ୍ୟା ଶ୍ରୀଦେବୀଙ୍କ ସାନ ଭଉଣୀ ଭଳି ଦେଖା ଯାଉଥିଲେ । ତେଣୁ ଉଭୟଙ୍କୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ହେଉଥିଲା । ତେବେ ଦୁହିଁଙ୍କ ଚେହେରା ଭଳି ମୃତ୍ୟୁ ମଧ୍ୟ ପ୍ରାୟ ସମାନ ଥିଲା ବୋଲି କୁହାଯାଉଛି । ୧୯୯୩ ମସିହା ଏପ୍ରିଲ ୫ ତାରିଖରେ ମୁମ୍ବାଇର ଭାରସୋଭା ଠାରେ ଥିବା ଏକ ଆପାର୍ଟମେଣ୍ଟ ଉପରୁ ନିଶାସକ୍ତ ଅବସ୍ଥାରେ ଖସି ପଡ଼ିଥିଲେ ବୋଲି କୁହାଯାଏ । ଠିକ୍‌ ସେମିତି ଶ୍ରୀଦେବୀଙ୍କ ମୃତ୍ୟୁ ମଧ୍ୟ ନିଶାସକ୍ତ ଅବସ୍ଥାରେ ବାଥ୍‌ଟବ୍‌ରେ ପଡ଼ି ହୋଇଥିବା ଚର୍ଚ୍ଚା ହୋଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖରେ ହୋଇଥିଲା । ଫେବ୍ରୁଆରୀ ୨୫ରେ ହେଉଛି ଦିବ୍ୟା ଭାରତୀଙ୍କ ଜନ୍ମଦିନ । ଏମିତି କିଛି ତାଳମେଳ ଅନେକ ପ୍ରଶ୍ନ ଉଠାଇଛି ଶ୍ରୀଦେବୀ ଓ ଦିବ୍ୟାଙ୍କୁ ନେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.