Below header

୩୮ ବର୍ଷ ପରେ ପଡିଛି ଅତ୍ୟନ୍ତ ଶୁଭ ନାଗପଞ୍ଚମୀ

ନାଗପଞ୍ଚମୀକୁ ଶ୍ରବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଜ୍ୟୋତିଶାଚାର୍ୟ୍ୟ ପ୍ରଫୁଲ ଭଟ୍ଟଙ୍କ ଅନୁସାରେ ଏହି ବର୍ଷ ଉଦୟ କାଳରେ ନିର୍ମିତ କୁଣ୍ଡଳୀରେ ରାହୁ କେତୁ କର୍କଟ ନାମର ପୂର୍ଣ୍ଣ କାଳଶର୍ପ ଯୋଗ ରହିବ । ଏହି କାରଣରୁ ନାଗପଞ୍ଚମୀର ମହତ୍ବ ଆହୁରି ବଢିଯାଇଛି । ଏହି ଦିନରେ ଯେଉଁ ମାନଙ୍କ କୁଣ୍ଡଳୀରେ କାଳସର୍ପ ଯୋଗ ଦୋଷ ରହିଛି ସେମାନେ ନାଗପଞ୍ଚମୀ ଦିନ ପୂଜା କରିବା ଦ୍ବାରା କାଳସର୍ପ ଦୋଷ ଖଣ୍ଡନ ହୋଇଥାଏ । ଏହି ଦିନ ୯ଟି ନାଗଙ୍କର ପୂଜା ଏବଂ ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ବାରା ଶୁଭ ଫଳ ମିଳିଥାଏ । ଏହା ବ୍ୟତିତ ଏହି ଦିନ ରୁଦ୍ରାଭିଷେକ କରିବା ଦ୍ବାରା ମଧ୍ୟ କାଳଶର୍ପ ଦୋଷ ଦୂର ହୋଇଥାଏ ।

ଜ୍ୟୋତିଶଚାର୍ୟ୍ୟ ପ୍ରଫୁଲ ଭଟ୍ଟଙ୍କ ଅନୁସାରେ ଏହି ନାଗପଞ୍ଚମୀ ୧୫ ଅଗଷ୍ଟ ବୁଧବାର ଦିନ ହସ୍ତା ନକ୍ଷେତ୍ର କନ୍ୟା ରାଶିର ଚନ୍ଦ୍ରମାକୁ ବିଦ୍ୟମାନ କରି ପାଳନ କରାଯିବ । ଏହି ବୁଧବାର ଦିନ ହସ୍ତା ନକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଯୋଗ ତିଆରି କରିବ । ସୂର୍ୟ୍ୟ, ରାହୁ ଏବଂ ବୁଧଙ୍କର କର୍କ ରାଶିରେ ଗୋଚର କରିବା କାରଣରୁ ଏବଂ ଉଦୟ କାଳିୟ କୁଣ୍ଡଳୀରେ କର୍କଟ ନାମର ପୂର୍ଣ୍ଣ କାଳସର୍ପ ଯୋଗ ରହିବା କାରଣରୁ ଏହି ଦିନ ଅତ୍ୟନ୍ତ ଶୁଭ । ଏହି ଯୋଗ ୧୫ଅଗଷ୍ଟ ୧୯୮୦ମସିହାରେ ମଧ୍ୟ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.