Below header

ଇଡିରେ ପହଞ୍ଚିଲେ ରିୟା: ରେକର୍ଡ଼ ହେଉଛି ବୟାନ୍‌, ଖୋଲି ପାରେ ସୁଶାନ୍ତଙ୍କ ମୃତ୍ୟୁ ରାଜ୍‌, ଓଗାଳି ପାରନ୍ତି ସତ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସିବିଆଇ ସହିତ ମୁମ୍ବାଇରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପୂର୍ବରୁ ଇଡି ଆଗରେ ହାଜର ହେବାକୁ ମନା କରିଥିବା ରିୟାଙ୍କ ଅପିଲକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖାରଜ କରି ଦେଇଥିଲା। ଯାହା ପରେ ରିୟାଙ୍କୁ ହାଜର ହେବାକୁ ପଡିଥିଲା। ତେବେ ରିୟାଙ୍କୁ ଇଡି ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଜେରା କରିବ ବୋଲି ସୂତ୍ରରୁ ଜଣାପଡିଛି।

ପୂର୍ବରୁ ରିୟା ଅପିଲ କରିଥିଲେ ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଶୁଣାଣି ସଂପୂର୍ଣ୍ଣ ହୋଇନାହିଁ, ସେ ପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରାନଯାଉ। କିନ୍ତୁ ଇଡି ଏଗୁଡିକ ନ ଶୁଣି ରିୟାଙ୍କୁ ସୋସିଆଲ ମିଡିଆରେ ସମନ ପଠାଇଥିଲା। ଯାହାର ଜବାବ ସେ ଇମେଲ ଜରିଆରେ କରିଥିଲେ।

      ସୌଜନ୍ୟ : ANI

ରିୟାଙ୍କୁ ପଚାରିବା ପାଇଁ ଇଡି ୩ଟି ପର୍ଯ୍ୟାୟରେ ପ୍ରଶ୍ନ ପଚାରିବ। ଏଥିପାଇଁ ପୂର୍ବରୁ ଇଡି ପ୍ରଶ୍ନ ପ୍ରସ୍ତୁତ କରି ରଖିଛି। ରିୟା ସୁଶାନ୍ତ ସିଂଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିବା ବେଳେ କେଉଁ କାରଣ ପାଇଁ ଏତେ ଟଙ୍କା କାଢ଼ିଥିଲେ, ସେ ନେଇ ପ୍ରଶ୍ନ କରିବ ଇଡି। ଏହା ସହ ରିୟା କିିଣିଥିବା ସମ୍ପତ୍ତି ବିଷୟରେ ମଧ୍ୟ ଇଡି ପଚରା ଉଚରା କରିବ ବୋଲି ଜଣା ପଡ଼ିଛି।

     ସୌଜନ୍ୟ : ETIMES
ସୂଚନାଯୋଗ୍ୟ, ବିହାର ପୋଲିସର ବରିଷ୍ଠ ଅଧିକାରୀ ସୁପ୍ରିମ କୋର୍ଟକୁ ଦେଇଥିବା ଏହି ପ୍ରସ୍ତାବରେ କହିଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ନିଜ ଘରକୁ ନେଇ ଯାଇଥିଲେ ଏବଂ ତାଙ୍କୁ ଔଷଧର ଓଭରଡୋଜ ଦେବା ଆରମ୍ଭ କରି ଦେଇଥିଲେ। ଏହି ଅଭିଯୋଗ ପ୍ରକୃତରେ ସୁଶାନ୍ତଙ୍କ ବାପା କେକେ ସିଂହ ରିୟାଙ୍କ ବିରୋଧରେ ଲଗାଇଥିଲେ। ଏହା ସହିତ ସେ କହିଥିଲେ ଯେ ରିୟା,ସୁଶାନ୍ତଙ୍କ ସହ ଝଗଡ଼ା କରି ତାଙ୍କର ସବୁ ଜିନିଷ ନେଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.