Below header

କରୋନା ଅପଡେଟ: ଦେଶରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୬୨ହଜାର ୫୩୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୮୮୬ ମୃତ

ନୂଆଦିଲ୍ଲୀ: ଗୋଟେ ପଟେ ରାଜ୍ୟରେ ଆଜି କରୋନା ଆକ୍ରାନ୍ତ ଚିହ୍ନଟ ଓ ମୃତ୍ୟୁ ସଂଖ୍ୟାରେ ରେକର୍ଡ ହୋଇଥିବା ବେଳେ ଦେଶରେ ବି ରେକର୍ଡ ପରେ ରେକର୍ଡ କରି ଚାଲିଛି ଏହି ମାରାତ୍ମକ ଭାଇରସ । ଆଜିର ଆକ୍ରାନ୍ତ ସଂଖ୍ୟା ମିଶେଇଲେ ଦେଶରେ ୨୦ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୁରା କାଟଛାଁଟ କରି ଦେଖିଲେ ଦେଶରେ ଏଯାବତ ପଜିଟିଭ ସଂଖ୍ୟା ୨୦ଲକ୍ଷ ୨୭ହଜାର ୭୫କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ୬୨ହଜାର ୫୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେବେକି ୮୮୬ଜଣଙ୍କର ଏହି ମାରାତ୍ମକ ଭାଇରସ କାରଣରୁ ମୃତ୍ୟୁ ହୋଇଛି। ନୂଆ ମୃତକଙ୍କୁ ମିଶାଇ ୪୧ହଜାର ୫୮୫ ଜଣଙ୍କ ଜୀବନ ନେଇସାରିଲାଣି କିଲର ଭାଇରସ୍‌। ଦେଶରେ ଏବେ ୬ଲକ୍ଷ ୭ହଜାର ୩୮୪ଟି ଆକ୍ଟିଭ କେଶ ଥିବା ବେଳେ ୧୩ଲକ୍ଷ ୭୮ହଜାର ୧୦୬ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ସମୟରେ ସୁସ୍ଥତା ହାର ୬୭.୯୮ ପ୍ରତିଶତ ରହିଛି । ଯେବେକି ମୃତ୍ୟୁହାର ୨.୦୫ ପ୍ରତିଶତରେ ସ୍ଥିର ରହିଛି । ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ସର୍ବାଧିକ ୧୬ହଜାର ୭୯୨ଜଣ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ ଚିକିତ୍ସା ଆନୁଶଂଧାନ ପରିଷଦ ବା ଆଇସିଏମଆର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଅଗଷ୍ଟ 6 ତାରିଖ ସୁଦ୍ଧା ୨,୨୭,୨୪,୧୩୪ ଜଣଙ୍କ ନମୁନା ପରୀକ୍ଷଣ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.