ଜିଓ ୟୁଜର୍ସଙ୍କୁ ଝଟକା, ଏଣିକି ଏହି ୩ ପ୍ଲାନରେ ଆଉ ମିଳିବନି ଫାଇଦା

ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଜର ୟୁଜର୍ସଙ୍କୁ ବଡ ଝଟକା ଦେଇଛି। ଜିଓ ତାର ତିନୋଟି ପ୍ରିପେଡ୍‌ ପ୍ଲାନରେ ବଡ ପରିବର୍ତ୍ତନ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜିଓର ୫୦୧ ପ୍ଲାନ, ଜିଓ ୧୧୦୧ ପ୍ଲାନ ଏବଂ ଜିଓ ୧୨୦୧ ପ୍ଲାନରେ ପରିବର୍ତ୍ତନ କରାଯାଇଛି। ତାହେଲେ ଆସନ୍ତୁ ଜାଣିବା ଜିଓ ତାର ଏହି ପ୍ଲାନରେ କାହିଁକି ପରିବର୍ତ୍ତନ କରିଛି। ଏହା ମଧ୍ୟ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିଲାଏନ୍ସ ଜିଓ ତାର ପ୍ଲାନରେ ପରିବର୍ତ୍ତନ କରିଛି ବୋଲି ଘୋଷଣା କରିନାହିଁ। କିନ୍ତୁ ଜିଓର ଅଫିସିଆଲ ୱେବସାଇଟରେ ଦେଖିବାକୁ ମିଳୁଛି ଯେ ଜିଓ ଏହି ସବୁ ପ୍ଲାନକୁ ପରିବର୍ତ୍ତନ କରିଛି।

jioଜିଓର ୫୦୧ ପ୍ଲାନ

ଜିଓର ଏହି ରିଚାର୍ଜ ପ୍ୟାକକୁ କମ୍ପାନୀ ୪୨୪.୫୮ ଟଙ୍କା ଟକଟାଇମ ପ୍ଲାନ ରଖିଛି। ସେହିପରି ଏହି ପ୍ଲାନର ବୈଧତା ୨୮ ଦିନର ଅଟେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୫୦୧ ପ୍ଲାନ ସହିତ ୧୧୦୧ ଟଙ୍କା ଏବଂ ୧୨୦୧ ଟଙ୍କାର ଟକଟାଇମ୍‌ ପ୍ୟାକ ବେନିଫିଟ୍ସକୁ ମଧ୍ୟ କମ୍‌ କରିଦେଇଛି ଜିଓ।

ଜିଓର ୧୧୦୧ ପ୍ଲାନ

୧୧୦୧ ଟଙ୍କାର ଜିଓର ଏହି ପ୍ଲାନ ଜିଓର ଅଫିସିଆଲ ୱେବସାଇଟରେ ୯୩୩.୦୫ ଟଙ୍କାର ଟକଟାଇମ ସହିତ ଆସୁଛି। ପୂର୍ବରୁ ଏହି ପ୍ୟାକ ସହିତ ଅନ୍ତରାଷ୍ଟ୍ରିୟ ରୋମିଙ୍ଗ୍‌ ସମୟରେ ଗ୍ରାହକଙ୍କୁ ୧,୨୧୧ ଟଙ୍କାର ଟକଟାଇମ ଦିଆଯାଉଥିଲା। ଏହି ପ୍ଲାନ ମଧ୍ୟ ୨୮ ଦିନର ଭ୍ୟାଲିଡିଟୀ ସହିତ ଆସୁଛି।

jioଜିଓର ୧୨୦୧ ପ୍ଲାନ

୧୨୦୧ ଟଙ୍କାର ଜିଓର ଏହି ପ୍ୟାକ ସହିତ ଏବେ ୟୁଜରଙ୍କ ଅନ୍ତରାଷ୍ଟ୍ରୀୟ ରୋମିଙ୍ଗ ସମୟରେ ୧୦୧୭.୮୦ ଟଙ୍କା ଟକଟାଇମ ମିଳିବ। କିନ୍ତୁ ଏହା ପୂର୍ବରୁ ଏହି ପ୍ୟାକ ସହିତ ୧,୩୨୧ ଟଙ୍କାର ଟକଟାଇମ ପ୍ୟାକ ଦିଆଯାଉଥିଲା। ଏହି ପ୍ୟାକର ଭ୍ୟାଲିଡିଟୀ ୨୮ ଦିନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.