ବନ୍ଦ ହେବାକୁ ଯାଉଛି ଗୁଗଲର ଏହି ଲୋକପ୍ରିୟ ଆପ୍‌,ଅକ୍ଟୋବରରୁ ହୋଇଯିବ ବନ୍ଦ

ଗୁଗଲ ବନ୍ଦ କରିବାକୁ ଯାଉଛି ନିଜର ଲୋକପ୍ରିୟ ଆପ୍‌। ଯଦି ଆପଣ ଗୁଗଲ ମ୍ୟୁଜିକ ଆପ୍‌, ଗୁଗଲ ପ୍ଲେ ମ୍ୟୁଜିକ ଆପ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ବଡ ଖବର। ଗୁଗଲ ପ୍ଲେ ମ୍ୟୁଜିକ ଆପ୍‌ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି। ଏହି ଆପ୍‌ ବନ୍ଦ ହେଉଥିବା ବିଷୟରେ ଗୁଗଲ ପିଜର ବ୍ଲଗ ଜରିଆରେ ଜଣାଇଛି। ଗୁଗଲ ପ୍ଲେ ମ୍ୟୁଜିକ ଆପ୍‌  ବନ୍ଦ ହେବା ପରେ ୟୁଟ୍ୟୁବ ମ୍ୟୁଜିକକୁ ସିଫ୍ଟ ହୋଇପାରିବେ। ଗତ କିଛିଦିନ ହେଲାଣି ଗୁଗଲ, ୟୁଟ୍ୟୁବ ମ୍ୟୁଜିକ ପାଇଁ ଅପଡେଟ ଜାରି କରିଛି, ଯାହା ଦ୍ୱାରା ନୂଆ ନୂଆ ଫିଚର ପ୍ରଦାନ କରିବାରେ ଲାଗିଛି।

ୟୁଟ୍ୟୁବ ମ୍ୟୁଜିକ ସିଫ୍ଟ  ହେବା ପରେ ୟୁଜର୍ସଙ୍କୁ ଏହି ଆପ୍‌ରେ ଗୁଗଲ ପ୍ଲେ ମ୍ୟୁଜିକ ଆପର ପ୍ଲେଲିଷ୍ଟ, ଲାଇବ୍ରେରୀ ଏବଂ ମ୍ୟୁଜିକ ମିଳିବ। ଏମିତିରେ ଆପଣଙ୍କୁ ଚିନ୍ତିତ ହେବା ଆବଶ୍ୟକ ନାହିଁ। ଗୁଗଲ ପ୍ଲେ ମ୍ୟୁଜିକକୁ ଅକ୍ଟୋବର ୨୦୨୦ରୁ ଆଉ ଅପଡେଟ୍‌ ହେବ ନାହିଁ। ତା’ ପରେ ଡିସେମ୍ବର ୨୦୨୦ରେ ସମସ୍ତ ୟୁଜର୍ସଙ୍କୁ ୟୁଟ୍ୟୁବ ମ୍ୟୁଜିକକୁ ସିଫ୍ଟ ହୋଇଯିବେ।

ଆଗାମୀ ସେପ୍ଟେମ୍ବରରୁ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡର ୟୁଜର୍ସ ଗୁଗଲ ପ୍ଲେ ମ୍ୟୁଜିକ ଆପ୍‌ର ବ୍ୟବହାର କରିପାରିବେ ନାହିଁ।  ଅକ୍ଟୋବର ଶେଷ ସୁଦ୍ଧା ଏହାକୁ ଗ୍ଲୋବାଲି ବନ୍ଦ କରିଦିଆଯିବ। ସୂଚନାଯୋଗ୍ୟ, ପ୍ରତିଦିନ ୟୁଟ୍ୟୁବ ମ୍ୟୁଜିକ ନୂଆ ନୂଆ ଫିଚର୍ସ ଆଣୁଛି। ନିକଟରେ ୟୁଟ୍ୟୁବ ପ୍ଲେୟାର ପେଜର ଡିଜାଇନକୁ ବଦଳାଇଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.