ଶେଷ ନିଷ୍କର୍ସରେ ପହଞ୍ଚିଲା ପୋଲିସ, ସାମ୍ନାକୁ ଆସିଲା ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ ସତ୍ୟ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକ ଘଟଣାକୁ ଏହା ମଧ୍ୟରେ ଏକ ମାସ ବିତିଗଲାଣି। ହେଲେ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ପୋଲିସ ଯେତେ ପ୍ରକାର ପ୍ରମାଣ ଦେଖାଇଲେ ମଧ୍ୟ ଫ୍ୟାନ ଏହାକୁ ଆତ୍ମହତ୍ୟା ବୋଲି ମାନିବାକୁ ନାରାଜ। ଅପରପକ୍ଷେ ପୋଲିସ ଯାଞ୍ଚକୁ ଏକ ପ୍ରକାର ଶେଷ କରିଛି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସ ହସ୍ତଗତ ହୋଇଛି। ଏବେ ପୋଲିସ କେବଳ ବିର୍ସା ରିପୋର୍ଟକୁ ଅପେକ୍ଷା କରିଛି। ଯାହା ଆଗାମୀ ସପ୍ତାହରେ ଆସିବ ବୋଲି ଜଣାପଡିଛି। ଏହାଛଡା ସୁଶାନ୍ତଙ୍କ କୋଠରୀ, ପଲଙ୍କ, ଫାଶର ଉଚ୍ଚତା ଆଦି ପୋଲି ତନତନ୍‌ କରି ଯାଞ୍ଚ କରିଛି।

ଆସିଥିବା ରିପୋର୍ଟ ସ୍ପଷ୍ଟ ଭାବେ ପ୍ରମାଣ କରୁଛି କି, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ପଚରାଉଚରା କରିବା ପରେ ଏଭଳି ନିଷ୍କର୍ସ ବାହାରିଛି। ଏଣୁ ସୁଶାନ୍ତଙ୍କ ମୃତ୍ୟୁ କୌଣସି ଷଡଯନ୍ତ୍ର ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଛି।

ssu

ପୋଲିସ ପହଞ୍ଚିବା ବେଳକୁ ସୁଶାନ୍ତଙ୍କ ଘରର କବାଟ ବନ୍ଦ ଥିଲା। ପଲଙ୍କ ଏବଂ ପଙ୍ଖା ମଧ୍ୟରେ ଏକ ଇଞ୍ଚର ତଫାତ ରହିଥିଲା। ଶରୀରର କୌଣସି ଦାଗ ନଥିଲା। ସୁଶାନ୍ତ ପିନ୍ଧିଥିବା କପଡା ଠିକ୍‌ ଥିଲା। ଘରେ ଥିବା ସମସ୍ତଙ୍କ ବୟାନ ଏକା ଥିଲା। ଏଭଳି କିଛି ଅନେକ ଦିଗକୁ ନେଇ ପୋଲିସ ତର୍ଜମା କରିଥିଲା। ଶେଷରେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହେଉଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.