Below header

ମାନିଲେନି କଟକଣା, ଆମିଷ ପ୍ରେମୀଙ୍କୁ ଗୋଡାଇଲା ପୋଲିସ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ସହରର ଗୁଡିଆନାଳୀ ଭାଗୀରଥି ସାଗର ନିକଟରେ ମାଛ ଧରୁଥିବା ସମୟରେ ମାଛ ନେବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ। ଲକଡାଉନ୍ ପାଇଁ ଢେଙ୍କାନାଳ ସହରକୁ ଦିନ ୨ଟା ପର୍ଯ୍ଯନ୍ତ ଖୋଲା ରହିଥିବା ବେଳେ ଲୋକମାନେ ସାମାଜିକ ଦୂରତାକୁ ଫୁ କରି ଗତକାଲି ସଂଧ୍ଯା ପରେ ପୋଖରୀରେ ମାଛ ଧରୁଥିବାର ନଜର ଆସିଛନ୍ତି।

water caseସୂଚନା ମୁତାବକ ସହରର ଜଣେ ମାଛ ବ୍ଯବସାୟୀ ପୋଖରୀରୁ ମାଛ ଧରୁଥିବା ବେଳେ ଶହ ଶହ ଲୋକଙ୍କ ଭିତରେ ଆରମ୍ଭ ହୋଇଥିଲା ପ୍ରତିଯାଗିତା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସ୍ଥିତି ଅଣାୟତ ଥିବାର ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳକୁ ଖାଲି କରିବାକୁ ଯାଇ ଲୋକଙ୍କୁ ଗୋଡାଇ ଗୋଡାଇ ଘଉଡାଇଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.