ସାମ୍ନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ, ଅଭିନେତାଙ୍କ ଶରୀରରେ ବିଷ ଓ…

ମୃତ୍ୟୁର ୧୫ ଦିନ ପରେ ବି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଛାନ୍‌ଭିନ୍‌ କରୁଛି ପୋଲିସ। ଏହି ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ଯାଏଁ ୨୮ ଜଣଙ୍କ ବୟାନ ରେକର୍ଡ କରିଛି। ଇତି ମଧ୍ୟରେ ସୁଶାନ୍ତଙ୍କର ଭିସେରା ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ତାଙ୍କ ମୃତ୍ୟୁକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।

ଭିସେରା ରିପୋର୍ଟ ମୁତାବକ, ଅଭିନେତାଙ୍କ ଶରୀରରେ କୌଣସି ପ୍ରକାରର ରସାୟନିକ କିମ୍ବା ବିଷ ମିଳିନାହିଁ। ସୂଚନାଯୋଗ୍ୟ ଯେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ପରେ ଭିସେରାକୁ ଜେଜେ ହସ୍ପିଟାଲକୁ ପରୀକ୍ଷଣ ପାଇଁ ପଠାଯାଇଥିଲା ଓ ମଙ୍ଗଳବାର ଏହାର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି।

Sushant Singh Rajput's post mortem confirms actor died of hanging ...

ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କ ପୋଷ୍ଟମର୍ଟମ କରାଯାଇଛି। ଏହା ପରେ ତାଙ୍କ ଅଙ୍ଗପ୍ରତ୍ୟଙ୍ଗର ଭିସେରା ରିପୋର୍ଟ ପାଇଁ ଜେଜେ ହସ୍ପିଟାଲ ପଠାଯାଇଥିଲା। ଏବେ ଏହାର ରିପୋର୍ଟ ଆସିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଆସ୍‌ଫିକ୍ସିୟା କୁହାଯାଉଛି। ଅର୍ଥାତ୍‌ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ନ ମିଳିବାରୁ ତାଙ୍କ ମୃତ୍ୟୁ ଘଟିଛି। ଏଣୁ ଫାଶୀ ଲଗାଇବା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.