Below header

ତାମିଲନାଡୁ ନେବେଲି ଲିଗ୍ନାଇଟ କର୍ପୋରେସନରେ ବଏଲର ବ୍ଲାଷ୍ଟ, ୬ ମୃତ୍ୟୁ ୧୭ ଗୁରୁତର

ଦେଶରେ ଗୋଟିଏ ପଟେ କରୋନା ମହାମାରୀର ପ୍ରକୋପ ଚାଲିଥିବା ବେଳେ ଅନ୍ୟପଟେ ତାମିଲନାଡୁ ଧମାକାଦାର ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ନେବେଲିର ନେବେଲି ଲିଗ୍ନାଇଟ କର୍ପୋରେସନ (NLC)ରେ ବଏଲର ବ୍ଲାଷ୍ଟ ହୋଇଛି ଯେଉଁଥିରେ ୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହିତ 17 ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ତେବେ NLC ପାଖରେ ନିଜର ଅଗ୍ନିଶମ ବିଭାଗ ଥିବାରୁ ଏହି ବଡ଼ ଦୁର୍ଘଟଣା ସତ୍ତ୍ୱେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଏହା ସହିତ ଦୁର୍ଘଟଣା ପରେ ପରେ ସୂଚନା ପାଇଁ ଘଟଣାସ୍ଥଳରେ କୁଡାଲୋର ଜିଲ୍ଲା ପ୍ରଶାସନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.