Below header

ମନ୍ଦିର ନିର୍ମାଣ ଦାବିରେ ଗାତ ଖୋଳି ସମାଧି ନେଲେ ବାବା, ଭାଇରାଲ ହେଉଛି ଭିଡିଓ

ମନ୍ଦିର ନିର୍ମାଣ ପ୍ରତିଜ୍ଞା ପୂରଣ କରିବା ପାଇଁ ଜଣେ ବାବା ମନ୍ଦିର ସାମ୍ନାରେ ହିଁ ମାଟି ଭିତରେ ସମାଧି ନେଇଛନ୍ତି। ବାବାଙ୍କର ଏଭଳି କାମ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମିଥିଲା। ଭକ୍ତଙ୍କ ଭିଡ଼ ମଧ୍ୟରେ ବାବା ପ୍ରାୟ ତିନି ଘଣ୍ଟା ଧରି ସମାଧି ଭିତରେ ରହିଥିଲେ। ପରେ ଭକ୍ତମାନେ ବାବାଙ୍କୁ ସମାଧିରୁ ବାହାରକୁ ବାହାର କରିଥିଲେ। ବାବା ଭୂ-ସମାଧି ନେଇଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାବାଙ୍କୁ ଥାନାକୁ ଧରି ନେଇଥିଲା। ମାତ୍ର ପରେ ତାଙ୍କୁ ଛାଡ଼ି ଦେଇଥିଲେ।

Baba's samadhi in the pit for 3 hours, took the pledge to build ...

ସୂଚନାଯୋଗ୍ୟ ଯେ ଲକ୍ଷ୍ମୌର ହମୀରପୁରର ମୌଦହା କୋତବାଲୀ କ୍ଷେତ୍ରର ପରଛଛ ଗାଁରେ ମହାଦେବଙ୍କ ମନ୍ଦିର ନିର୍ମାଣ ଚାଲିଥିଲା। ଏନେଇ ସେଠାରେ ଏକ ଯଜ୍ଞର ମଧ୍ୟ ଆୟୋଜନ କରାଯାଇଥିଲା। ଯଜ୍ଞରେ ଭାଗ ନେବା ପାଇଁ ରାଜସ୍ଥାନରୁ ଗୋବିନ୍ଦ ଗିରି ମହାରାଜ ନାମକ ବାବାଙ୍କୁ ନିମନ୍ତ୍ରଣ କରାଯାଇଥିଲା।

3 घंटे तक गड्ढे में बाबा की समाधि ...

ଏହି ସାଧୁବାବା ଭକ୍ତଙ୍କ ସାମ୍ନାରେ ମାଟି ଭିତରେ ସମାଧି ନେଇଥିଲେ। ପ୍ରାୟ ୩ ଘଣ୍ଟା ପରେ ବାବା ବାହାରକୁ ଆସିବା ପରେ ଭକ୍ତମାନେ ତାଙ୍କ ଉପରକୁ ଫୁଲ ବର୍ଷା କରିଥିଲେ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାବାଙ୍କୁ ଥାନା ଆଣିଥିଲେ। କିନ୍ତୁ ପୋଲିସ ଭୟରେ ବାବା ଭୂ-ସମାଧି ନେବା କଥାକୁ ଅସ୍ୱୀକାର କରିବା ସହ ସେ ଗାତରେ ତପସ୍ୟା କରୁଥିବା କହିଥିଲେ। ତେବେ ବାବାଙ୍କ ସମାଧି ନେବା ବେଳର ଫଟୋ ଓ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ମାଟି ଭିତରେ ପଶି ସମାଧି ନେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.