ନଦୀରେ ଫସିଥିଲା ହରିଣ: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ବୃଦ୍ଧ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଆପଣ ଅନେକ ଭିଡିଓ ଦେଖିଥିବେ। ଯେଉଁଥିରେ ବିପଦରେ ଫସିଥିବା ଜୀବଜନ୍ତୁଙ୍କୁ କିଭଳି ନିଜ ଜୀବନକୁ ବିପଦରେ ପକାଇ ବଞ୍ଚାଉଛନ୍ତି। ଏମିତିରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଠି ଜଣେ ବ୍ୟକ୍ତି ପ୍ରକୃତ ମାନବିକତାର ପରିଚୟ ଦେଖାଇଛନ୍ତି। ସେ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଫସି ରହିଥିବା ଏକ ହରିଣକୁ ବଞ୍ଚାଇଛନ୍ତି।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଭିଡିଓରେ ଏକ ହରିଣ ନଦୀରେ ଫସି ରହିଥିବା ଦେଖିବାକୁ ମିଳୁଛି। ତାକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ଦଉଡି ସାହାଯ୍ୟରେ ତଳକୁ ଓହ୍ଲାଇ ହରିଣ ଲାଞ୍ଜକୁ ଟାଣି ଉପରକୁ ଉଠାଉଛନ୍ତି।

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ରମେଣ ପାଣ୍ଡେ ଟୁଇଟରରେ ଶେୟାର କରିଛନ୍ତି। ଖୁବ କମ୍‌ ସମୟ ମଧ୍ୟରେ ଭିଡିଓକୁ ୧୩ ହଜାରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଥିବା ବେଳେ ୮୦୦ରୁ ଉର୍ଦ୍ଧ୍ୱ ଲାଇକ ଏବଂ ୧୦୦ରୁ ଅଧିକ ରିଟ୍ଵିଟ୍‌ ହୋଇସାରିଛି। ଏହାଛଡା ଲୋକ ଫରେଷ୍ଟରଙ୍କୁ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.