ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ସମସ୍ତ ପରୀକ୍ଷା, ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି

ଭୁବନେଶ୍ବର: ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା। ଆଉ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି ବଳକା ଥିବା ପରୀକ୍ଷା । ତାଲାବନ୍ଦ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ।

ମିଳିଥିବା ସୂଚନା ମୁତାବକ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହେବାର ଥିଲା । ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବାର ଥିଲା । ସେହିପରି ଯୁକ୍ତ ୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ସେହି ମାସ ୨୭ ତାରିଖରେ ଶେଷ ହେବାର ଥିଲା । ତେବେ ବାକି ଥିବା ବିଷୟ ଗୁଡିକର ମୂଲ୍ୟାୟନ ପରୀକ୍ଷା ହୋଇ ସାରିଥିବା ୩ ଟି ବିଷୟର ମାର୍କ ଆଧାରରେ ମାର୍କ ଦିଆଯିବ ବୋଳଇ ଜଣାପଡିଛି।

ସୂଚନା ଥାଉକି, ପୂର୍ବରୁ CBSE ଓ ICSE ପରୀକ୍ଷା ବାତିଲ ହୋଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପରୀକ୍ଷା ବାତିଲ କରିଛନ୍ତି । ରାଜ୍ୟ ମଧ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ବ୍ୟାପୁଥିବାରୁ ପରୀକ୍ଷା ବାତିଲ ନିଷ୍ପତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.