Below header

ପ୍ୟାରିସ୍‌ ଗସ୍ତ ବେଳେ ସୁଶାନ୍ତ ରୁମ୍‌ରୁ ବାହାରିନଥିଲେ ବୋଲି କହୁଥିଲେ ରିୟା, ମାତ୍ର ସାମ୍ନାକୁ ଆସିଲା ଡିଜ୍‌ନିଲ୍ୟାଣ୍ଡରେ ସୁଶାନ୍ତଙ୍କ ମସ୍ତିଭରା ଭିଡିଓ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗୁରୁବାର ଦିନ ଟିଭିରେ ପ୍ରଥମ ଥର ପାଇଁ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ଇଣ୍ଟରଭ୍ୟୁରେ ରିୟା କହିଥିଲେ ଯେ ଗତ ବର୍ଷ ୟୁରୋପ ଟ୍ରିପ୍‌ ବେଳେ ପ୍ୟାରିସ୍‌ରେ ଥିବା ବେଳେ ସୁଶାନ୍ତ ନିଜ ରୁମ୍‌ରୁ ବାହାରକୁ ବାହାରି ନଥିଲେ। ମାତ୍ର ଇଣ୍ଟରନେଟ୍‌ରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୁଶାନ୍ତ ପ୍ୟାରିସର ଡିଜ୍‌ନିଲ୍ୟାଣ୍ଡରେ ମସ୍ତି କରୁଥିବା ଦେଖାଯାଇଛି। ୯ ଅକ୍ଟୋବର ୨୦୧୯ରେ ସୁଶାନ୍ତ ନିଜେ ଏହି ଭିଡିଓ ସେୟାର କରିଥିଲେ।

ରିୟା ଇଣ୍ଟରଭ୍ୟୁରେ କହିଥିଲେ ପ୍ୟାରିସ୍‌ ଗସ୍ତ ବେଳେ ସୁଶାନ୍ତ ୩ ଦିନ ଯାଏଁ ନିଜ ରୁମ୍‌ରୁ ବାହାରି ନଥିଲେ। କିନ୍ତୁ ସ୍ୱିଜରଲ୍ୟାଣ୍ଡରେ ତାଙ୍କୁ ମଜା ଲାଗିଥିଲା। ମାତ୍ର ଏବେ ସୁଶାନ୍ତଙ୍କ ପ୍ୟାରିସ୍‌ର ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ରିୟା ମିଛ କହୁଥିବା ନେଇ ସ୍ପଷ୍ଟ ହୋଇଛନ୍ତି। ଏଣୁ ରିୟାଙ୍କୁ ବିରୋଧ କରିବା ସହ ମିଛୁଆ ବୋଲି କହିଛନ୍ତି।


ଏହି ଭିଡିଓ ସେୟାର କରି ସୁଶାନ୍ତ ଲେଖିଥିଲେ ‘ମିକି ଇନ୍‌ ଡିଜ୍‌ନିଲ୍ୟାଣ୍ଡ!’#livingMyDreams #lovingMyDream। ଜଣେ ୟୁଜର ଏହି ଭିଡିଓ ସେୟାର କରି ଲେଖିଛନ୍ତି‘ସେ କହିଲେ ସୁଶାନ୍ତ ୩ ଦିନ ଯାଏଁ ନିଜ ରୁମ୍‌ରେ ଥିଲେ, ଜମା ବାହାରି ନଥିଲେ!! ଏହା ପ୍ରମାଣ। ସୁଶାନ୍ତ ପ୍ୟାରିସ୍‌ରେ ଡିଜ୍‌ନିଲ୍ୟାଣ୍ଡରେ ମସ୍ତି କରୁଛନ୍ତି। କେତେ ମିଛୁଆ ସେ’। ସେହିପରି ଆଉ ଜଣେ ଲେଖିଛନ୍ତି ତେବେ ରିଆ ମ୍ୟାଡାମ୍‌ କୁହନ୍ତୁ ଇଏ କିଏ? ଡିଜ୍‌ନିଲ୍ୟାଣ୍ଡରେ କିଏ ମଜା କରୁଛି?’

ସୂଚନାଯୋଗ୍ୟ ଯେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କୁ ସିବିଆଇ ଟିମ୍‌ ଶୁକ୍ରବାର ପ୍ରଥମ ଥର ପାଇଁ ପଚରାଉଚରା କରିଛି। ମୁମ୍ବାଇରେ ଡିଆରଡିଓ ଗେଷ୍ଟ ହାଉସ୍‌େରେ ରିୟା ଚକ୍ରବର୍ତ୍ତୀଙ୍କୁ ଟିମ୍‌ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଥିଲେ। ଏଥିରେ ରିୟା ଅନେକ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.