Below header

ଭାରତର ସବୁଠୁ ମହଙ୍ଗା ପରିବା, କିଲୋପ୍ରତି ୩୦ ହଜାରରୁ ଅଧିକ ଟଙ୍କାରେ ହୁଏ ବିକ୍ରି

ଭାରତୀୟ ବଜାରରେ କିଲୋ ପ୍ରତି ୧୦୦ ରୁ ୨୦୦ ଟଙ୍କାରେ ମିଳୁଥିବା ପରିବାକୁ ସବୁଠୁ ମହଙ୍ଗା ପରିବା ଭାବେ ଧରାଯାଏ । ତେବେ ଥରେ ଭାବନ୍ତୁ ତ ଯଦି କୌଣସି ପରିବା କିଲୋ ପ୍ରତି ହଜାର ହଜାର ଟଙ୍କାରେ ବିକ୍ରି ହୁଏ ତେବେ ତାକୁ କେଉଁ ବିଭାଗରେ ଧରାଯିବ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ଭାବୁଛନ୍ତି ନା, ହଜାର ଟଙ୍କାରେ ବି ପରିବା ମିଳୁଛି । ଆମ ଦେଶ ଭାରତରେ ହିଁ ଏମିତି ଏକ ମହଙ୍ଗା ପରିବା ମିଳୁଛି ଯାହା କିଲୋପ୍ରତି ହଜାରେ କି ଦୁଇ ହଜାରେ ନୁହେଁ ବରଂ ୩୦ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ପରିବାରଟିର ନାମ “ଗୁଛି” । ଯାହାକି ହିମାଳୟ ଅଞ୍ଚଳରେ ମିଳୁଥିବା ଏକ ପ୍ରକାର ଛତୁ । ଖୁବ ବିରଳ ଭାବେ ଏହି ପରିବା ମିଳିଥାଏ । ଖାଲି ଦେଶ ନୁହେଁ ବିଦେଶରେ ବି ଏହି ପରିବାଟିର ଖୁବ ଚାହିଦା ରହିଛି ।

vegetable

ଏହାର ଦର ଶୁଣି କେତେକ ତ ଥଟାରେ କହନ୍ତି, ଯଦି ଗୁଛି ଖାଇବାକୁ ଚାହୁଁଛନ୍ତି, ତେବେ ବ୍ୟାଙ୍କରୁ ଲୋନ ନେବାକୁ ପଡିବ । ଗୁଛିରୁ ଉପଲବ୍ଧ ହେଉଥିବା ଔଷଧୀୟ ଗୁଣ ହୃଦରୋଗ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହାବାଦ ଶରୀରକୁ ଅନ୍ୟାନ ପୋଷଣ ମଧ୍ୟ ଯୋଗାଇଥାଏ ଏହି ପରିବା । ଗୁଛିକୁ ଏକ ପ୍ରକାର ମଲ୍ଟି ଭିଟାମିନ ଯୁକ୍ତ ପ୍ରାକୃତିକ ଔଷଧ କହିଲେ ବି ଭୁଲ ହେବନି । ସୂଚନା ଅନୁଯାୟୀ, ଏହି ପରିବା ଫେବୃଆରୀରୁ ଏପ୍ରିଲ ମାସ ମଧ୍ୟରେ ଉପଲବ୍ଧ ହୋଇଥାଏ । ଯାହାକୁ ବଡ ବଡ ହୋଟେଲ, ରେଷ୍ଟରୁରାନ୍ଟ ଖୁବ କମ ସମୟ ମଧ୍ୟରେ କିଣି ନେଇଥାନ୍ତି । ଆମେରିକା, ଫ୍ରନ୍ସ, ୟୁରୋପ, ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀ ପରି ଦେଶ ମାନଙ୍କରେ ଏହାକୁ ଖୁବ ପସନ୍ଦ କରିଥାନ୍ତି ।

କିନ୍ତୁ ଏହି ବିରଳ ପ୍ରଜାତି ପରିବା ଟିକୁ କିଛି କମ କଷ୍ଟ କରିବାକୁ ପଡି ନଥାଏ । ପାହାଡ଼ିଆ ଅଂଚଳକୁ ଯାଇ ପରିବାକୁ ସଂଗ୍ରହ କରିବାକୁ ହୋଇଥାଏ । ଏହାକୁ ସଂଗ୍ରହ କରି ଖରାରେ ଶୁଖା ଯାଇଥାଏ । ଭଲ ଭାବେ ଶୁଖିଲା ଗଲାପରେ ହିଁ ଏହା ବ୍ୟବହାର ଉପଯୋଗୀ ହୋଇପାରିଥାଏ | ଭାରତ ବାଦ ପାକିସ୍ତାନର ହିନ୍ଦୁ କୁଶ ପାହାଡ଼ରେ ବି ଏହି ପରିବା ଉପଲବ୍ଧ ହୋଇଥାଏ । ପାକିସ୍ତାନବାସୀ ବି ଏହାକୁ ସଂଗ୍ରହ କରି ବିଦେଶକୁ ରପ୍ତାନି କରିଥାନ୍ତି । କୁହାଯାଏକି, ପାହାଡିଆ ଅଂଚଳରେ ତୋଫାନ ଆସିବା ସମୟରେ ସେହି ବିଜୁଳି ପ୍ରଭାବରେ ହିଁ ଏହି ସ୍ୱତନ୍ତ୍ର ପରିବା ଉତ୍ପନ୍ନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.