ଋଷ ତିଆରି କଲା ଦ୍ୱିତୀୟ କରୋନା ଟୀକା, ନିଜେ ରାଷ୍ଟ୍ରପତି ଦେଲେ ଖୁସି ଖବର

କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ସବୁ ଦେଶ କରୋନା ଟୀକା ବାହାର କରିବା ଦିଗରେ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଏହି ଦୌଡ଼ରେ ବାଜି ମାରି ନେଇଛି ଋଷ। ଋଷ ସ୍ପୁଟନିକ ଭି ନାମକ ଭ୍ୟାକ୍‌ସିନ୍‌ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ସବୁ ଦେଶ ଏବେ ଋଷରୁ କରୋନା ଟୀକା ଆଣିବାକୁ ଆଶା ବାନ୍ଧି ବସିଛନ୍ତି। ତେବେ ଇତି ମଧ୍ୟରେ ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଋଷ। ଋଷ ଆଉ ଏକ କରୋନା ଟୀକା ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏହି ଟୀକାର ନାଁ ରହିଛି EpiVacCorona। ଏହି ଟୀକା ପ୍ରସ୍ତୁତ ହୋଇଥିବା ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସୂଚନା ଦେଇଛନ୍ତି।

covid

ପୁଟିନ କହିଛନ୍ତି ଏହା ଋଷର ଦ୍ୱିତୀୟ କରୋନା ଟୀକା। କରୋନା ଟୀକା ବଜାରକୁ ଆଣିବାରେ ଋଷ ସାରା ବିଶ୍ୱକୁ ରାସ୍ତା ଦେଖାଇଛି। ଭେକ୍ଟର ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକମାନେ ଏହି EpiVacCorona ଟୀକା ପ୍ରସ୍ତୁତ କରିଛନ୍ତି। ଏହା ଏକ ଭଲ ଟୀକା ଯାହା ଲୋକଙ୍କୁ ସାହାଯ୍ୟ କରିବ। ଏହା ଋଷର ଦ୍ୱିତୀୟ କରୋନା ଭ୍ୟାକ୍‌ସିନ୍‌। ଆସନ୍ତା ମାସରେ ଏହାକୁ ଲଞ୍ଚ୍‌ କରାଯିବ। ଏହି ଟୀକାର ମାନବ ପରୀକ୍ଷଣ ସଫଳ ହୋଇଥିବାରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି।

ଅନ୍ୟପଟେ ଆଉ କିଛି ବୈଜ୍ଞାନିକ ଏହି EpiVacCorona ଭ୍ୟାକ୍‌ସିନ୍‌ ସମ୍ପର୍କରେ କହିଛନ୍ତି ଯେ ଏହି ଟୀକା ନେବା ପରେ ମାଂସପେଶୀର ପୀଡ଼ା ସମସ୍ୟା ଦେଖାଦେଇପାରେ। ମାତ୍ର ଏହି ଅଭିଯୋଗ କେତେ ଦୂର ଠିକ୍‌ ତାହା ଜଣାପଡ଼ିନାହିଁ। ତେବେ ଋଷର ଏହି ଦ୍ୱିତୀୟ ଟୀକା ମାନବ ସମାଜ ପାଇଁ ଆଉ ଏକ ଆଶା କହିଲେ ଅତ୍ୟୁକ୍ତି ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.