Below header

ସ୍ବାଇନ ଫ୍ଲୁ ରୋଗରେ ହସ୍ପିଟାଲରେ ଭର୍ତ୍ତି ହେଲେ ‘ଡାୟନ’ ସିରିୟଲର ଅଭିନେତ୍ରୀ ଟୀନା ଦତ୍ତା

କିଛି ଦିନ ପୂର୍ବରୁ ସିରିୟଲ ‘ଡାୟନ’ ର ଲିଡ୍ ରୋଲରେ ଅଭିନୟ କରୁଥିବା ଟେଲିଭିଜନ ଅଭିନେତ୍ରୀ ଟୀନା ଦତ୍ତା ସ୍ବାଇନ ଫ୍ଲୁ ରୋଗର ସିକାର ହୋଇଛନ୍ତି। ଏହି ସମୟରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ଅନେକ ଦିନ ପୂର୍ବରୁ ଟୀନାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିଲା। ଏହାପରେ ମଧ୍ୟ ସେ ନିଜର ସୁଟିଂରେ ବ୍ୟସ୍ତ ରହୁଥିଲେ।

ଏହା ସହ ପଢନ୍ତୁ: Kumkum Bhagya ରେ ଗୋଟିଏ ଏପିସୋଡ୍ ଶୁଟ କରିବା ପାଇଁ ଏତକି ପାରିଶ୍ରମିକ ନିଅନ୍ତି ପ୍ରଜ୍ଞା

କିନ୍ତୁ କିଛି ଦିନ ପୂର୍ବରୁ ସୁଟିଂ ସେଟ୍ ରେ ହିଁ ତାଙ୍କ ସ୍ବାସ୍ଥ୍ୟ ବେଶୀ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଡାକ୍ତର ଟୀନାଙ୍କୁ ସ୍ବାଇନ ଫ୍ଲୁ ହେବା କଥା କହିଥିଲେ। ରିପୋର୍ଟ ଅନୁଯାୟୀ ଡାକ୍ତର ଟୀନାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.