ସୋନଭଦ୍ର ପୀଡିତଙ୍କ ପରିବାରକୁ ଦେଖାକରିବାକୁ ଯାଉଥିବା ପ୍ରିୟଙ୍କାଙ୍କ ଗାଡିକୁ ଅଟକାଇଲା ୟୁପି ପୋଲିସ, ଧାରଣାରେ ବସିବାରୁ ଉଠାଇନେଲା

ସୋନଭଦ୍ର ଗସ୍ତ ସମୟରେ ଅଧା ବାଟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଇଲା ୟୁପି ପୋଲିସ୍ । ଯାହା ଫଳରେ ବିଚ୍ ରାସ୍ତାରେ ଦେଖାଦେଇଥିଲା ଉତ୍ତେଜନା । ୟୁପି ପୋଲିସର ଏପରି କାର୍ଯ୍ୟକଳାପକୁ ବିରୋଧ କରି କିଛି ସମୟ ଧାରଣାରେ ବସିଥିଲେ ପ୍ରିୟଙ୍କା । ତେବେ ପୋଲିସ୍ ତାଙ୍କୁ ସେଠାରୁ ଗେଷ୍ଟ ହାଉସକୁ ଉଠାଇନେଇଛି ।

ସୂଚନା ଅନୁସାରେ ଜମିଜମାକୁ ନେଇ ସୋନଭଦ୍ରାରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପିଡିତଙ୍କୁ ଭେଟିବାକୁ ଯାଉଥିଲେ । ତେବେ ମୃତକଙ୍କ ପରିଜନଙ୍କୁ ଦେଖାକରିବାକୁ ଯିବା ପୂର୍ବରୁ ପିୟଙ୍କା ପ୍ରଥମେ ଆହତଙ୍କୁ ଦେଖାକରିବାକୁ ହସ୍ପିଟାଲ ଯାଇଥିଲେ । ତେବେ ନାରାୟଣପୁର ଷ୍ଟେସନ ପାଖରେ ତାଙ୍କୁ ପୁଲିସ ଅଟକାଇଥିଲା । ଆଉ ଫେରିବା ବାଟରେ ପ୍ରିୟଙ୍କା ଅଟକାଇ ଉଠାଇନେଇଛି ୟୁପି ପୋଲିସ୍ । ଅନ୍ୟପଟେ ପ୍ରିୟଙ୍କା କହିଛନ୍ତି ତାଙ୍କୁ କେହି ରୋକି ପାରିବେନି । ପୀଡିତଙ୍କୁ ଭେଟିବା ପରେ ହିଁ ଫେରିବେ ।

ଏହା ସହ ପଢନ୍ତୁ ସୋନଭଦ୍ରରେ ନରସଂହାର : ୩୨ ଟି ଟ୍ରାକ୍ଟରରେ ଗାଁରେ ପଶି ମୃତ୍ୟୁର ତାଣ୍ଡବ ରଚିଲେ ୩୦୦ ଲୋକ, ଖେଳିଲେ ରକ୍ତର ହୋଲି

ସମଗ୍ର ଦେଶରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ସୋନଭଦ୍ର ନରସଂହାର । ଉତ୍ତରପ୍ରଦେଶରେ ହୋଇଥିବା ଏହି ଘଟଣା ଏବେ ସାରା ଦେଶର ରାଜନୀତିକୁ କରିଛି ସରଗରମ । ଘଟଣାରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ହେଇଛନ୍ତି । ପୁଲିସ ଏହି ଘଟଣାରେ ୨୬ଜଣଙ୍କୁ ଗିରଫ କରିଥିବାବେଳେ ୫୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.