Below header

ମାଲକାନଗିରିରେ ଜନନୀ ଯନ୍ତ୍ରଣା, ପୁଣି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି(କେନ୍ୟୁଜ୍): ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହାହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ଗାଁର ଜଣେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ପରିବାରଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଆସିପାରନଥିଲା। ଫଳରେ ପରିବାରଲୋକେ ମହିଳାଙ୍କୁ ଦେଢ କିଲୋମିଟର ଭାରରେ ବୋହି ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ମାଥିଲି ମେଡିକାଲ ନିଆଯାଇଥିଲା। ତେବେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.