Below header

କାହାକୁ ଠକିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ ? ପଚରା ଉଚରା ପାଇଁ ଘରେ ପହଞ୍ଚିଲେ ପୋଲିସ

ବଲିଉଡର ‘ଦବଙ୍ଗ ଗର୍ଲ’ ସୋନାକ୍ଷୀ ସିନ୍ହାଙ୍କ ଉପରେ ୩୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ମୁମ୍ବାଇ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ ସୋନାକ୍ଷୀଙ୍କୁ ଗତବର୍ଷ ସେପ୍ଟେମ୍ବର ୩୦ରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପରଫର୍ମ କରିବା ପାଇଁ ନିମନ୍ତ୍ରିତ କରାଯାଇଥିଲା। କିନ୍ତୁ ସୋନାକ୍ଷୀ ଏହି କାର୍ଯ୍ୟକ୍ରମ ପାଇଁ ୩୭ ଲକ୍ଷ ଟଙ୍କା ଫିସ୍ ନେବା ପରେ ମଧ୍ୟ ସେଠାରେ ପହଞ୍ଚିନଥିଲେ। କିନ୍ତୁ ସେଠାରେ ତାଙ୍କର ଆସିବା ନେଇ ସମସ୍ତ ପ୍ରସ୍ତୁତିରେ ଅନେକ ଟଙ୍କା ଖର୍ଚ୍ଚ କରାଯାଇଥିଲା।

sonakshiରିପୋର୍ଟ ଅନୁଯାୟୀ ଏହି ଘଟଣା ସମ୍ପର୍କରେ ମୁରଦାବାଦ ପୋଲିସ ସୋନାକ୍ଷୀଙ୍କ ଲିଗାଲ ଏଡଭାଇଜରଙ୍କ ସହ ଆଲୋଚନା କରିଛନ୍ତି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ମୁରଦାବାଦ ଜିଲ୍ଲାର କଟଘର ଥାନାରେ ଶିବାପୁରୀ ନିବାସୀ ପ୍ରମୋଦ ଶର୍ମା ସୋନାକ୍ଷୀ ସିନ୍ହାଙ୍କ ବିରୁଧରେ ଠକେଇ ଅଭିଯୋଗ କରିଥିଲେ। ପ୍ରମୋଦ ଶର୍ମାଙ୍କ କହିବା ଅନୁଯାୟୀ ସୋନାକ୍ଷୀ ତାଙ୍କର ୩୭ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଏହି ଘଟଣାର କୌଣସି ସମାଧାନ ନହେବା ପରେ ବ୍ୟକ୍ତି ଜଣକ ବିଷ ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏହାପରେ ଘଟଣା ଗମ୍ଭୀର ହେବା ପରେ ଅଦିକାରୀମାନେ ଏହି ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଥିଲେ। ସୋନାକ୍ଷୀ ସିନ୍ହାଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୁଧରେ ମଧ୍ୟ ଏହି ମାମଲାରେ କେସ୍ ଜାରି କରାଯାଇଛି। କିନ୍ତୁ ଏହି କେସ୍ ଜାରି ହେବା ପରେ ସୋନାକ୍ଷୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାପରେ ହାଇକୋର୍ଟରେ ସୋନାକ୍ଷୀଙ୍କ ଗିରଫକୁ ନେଇ ରୋକ୍ ଲଗାଯାଇଥିଲା।

ଏହା ସହ ପଢନ୍ତୁ: ୧୯୯୪ରେ ହେବାକୁ ଥିଲା ସଙ୍ଗୀତା-ସଲମାନଙ୍କ ବିବାହ, ଏହି କାରଣରୁ ତୁଟିଗଲା ସମ୍ପର୍କ

ଏହି କାର୍ଯ୍ୟକ୍ରମ ପାଇଁ ୩୭ ଲକ୍ଷ ଟଙ୍କା ଅନଲାଇନ ଟ୍ରାନ୍ସଫର୍ କରାଯାଇଥିବା ବେଳେ ଏଥିରୁ କେବଳ ୪ ଲକ୍ଷ ଟଙ୍କା ସୋନାକ୍ଷୀଙ୍କ ଆକାଉଣ୍ଟକୁ ଯାଇଥିଲା। ଏବଂ ବାକି ୩୩ ଲକ୍ଷ ଟଙ୍କା ଅଭିଷେକଙ୍କ ଟ୍ୟାଲେଣ୍ଟ ଫୁଲ ଅନ୍ କମ୍ପାନୀ ଏବଂ ତାଙ୍କ ପତ୍ନୀ ସ୍ବାତୀଙ୍କ ବ୍ୟତୀତ ଆଶୀଷଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ସୂଚନା ଅନୁଯାୟୀ ଶିବପୁରୀ ନିବାସୀ ପ୍ରମୋଦ ଶର୍ମା ପ୍ରାର୍ଥନା ପତ୍ର ଜରିଆରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଅନୁସନ୍ଧାଦନ ପରେ କୌଣସି ନ୍ୟାୟ ନମିଳିବାରୁ ପ୍ରମୋଦ ଗତ ଫେବୃଆରୀ ୧୩ ତାିଖରେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। ତାଙ୍କର ଏହି ପଦକ୍ଷେପ ପରେ କଟଘର ଥାନାରେ ଧାରା ୪୨୦, ୧୨୦ ବି, ୪୦୬, ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.