Below header

କଶ୍ମୀରରେ ଯୁବ କ୍ରିକେଟରଙ୍କ ଗଳାରେ ବାଜିଲା ବଲ୍, ଆଖିପିଛୁଳାକେ ଚାଲିଗଲା ଜୀବନ

କଶ୍ମୀର: ଉତ୍ତର କଶ୍ମୀରର ବାରମୁଳା ଜିଲ୍ଲାର ପଟ୍ଟାନ ଅଞ୍ଚଳରେ କ୍ରିକେଟ ମ୍ୟାଚ୍ ସମୟରେ ଜଣେ ବାଳକଙ୍କର ମୃତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ମ୍ୟାଚ୍ ସମୟରେ ବଲ୍ ଟି ତାଙ୍କ ଗଳା ପାଖରେ ମାଡ ହୋଇଥିଲା । ପଟ୍ଟାନରେ ନାନିଲ ଖେଳ ପଡିଆରେ ଅନନ୍ତନାଗ ଜିଲ୍ଲାର ଖେଳ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ବୁଧବାର ଦିନ ବାରମୁଳା ଏବଂ ବଡଗାମ୍ କ୍ରିକେଟ ଟିମ୍ ଭିତରେ ମ୍ୟାଚ୍ ଖେଳା ଯାଉଥିଲା।

jahangirଏହି ସମୟରେ ଗୋସବାଗ୍ ପଟ୍ଟାନ ନିବାସୀ ଗବର୍ନମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲରେ ୧୧ତମ ଶ୍ରେଣୀରେ ପାଠ ପଢୁତିବା ଛାତ୍ର ଜାହାଙ୍ଗିର ଅହମ୍ମଦ ବ୍ୟାଟିଙ୍ଗ କରିଥିଲେ। ସେ ହେଲମେଟ୍ ପିନ୍ଧିଥିବାବେଳେ ବାମ ହାତ ବୋଲର ପୁଲ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲ୍ ଟି ଯାଇ ତାଙ୍କ ଗଳା ପାଖରେ ବାଜିଯାଇଥିଲା । ଫଳରେ ଜାହାଙ୍ଗିର ପଡିଆରେ ହିଁ ଟଳି ପଡିଥିଲେ । ତାଙ୍କୁ ସେଠାରୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

helmate

ଏହାସହ ପଢନ୍ତୁ : ଇଂଲଣ୍ଡର ଘାତକ ବୋଲିଂ, ମୈଦାନରେ ଲହୁଲୁହାଣ କଙ୍ଗାରୁ ଦଳ . . . ପଟି ବନ୍ଧା ଖେଳାଳିଙ୍କୁ ଦେଖି ମନେ ପଡିଲା କୁମ୍ବଲେଙ୍କ କଥା

ମହାନିର୍ଦ୍ଦେଶକ ସଲିଲ ଉର୍ ରେହମାନ କହିଛନ୍ତି କି, କ୍ରିକେଟରେ ହେଲମେଟ୍ ପିନ୍ଧିବା ସମୟରେ ସାବଧାନ ରହିବା ଉଚିତ୍ କିନ୍ତୁ ବଲଟି ଯାଇ ଜାହାଙ୍ଗିରଙ୍କ ସମ୍ବେଦନଶୀଳ ସ୍ଥାନରେ ହିଁ ବାଜିଥିଲା । ଘଟଣାରେ ଆମେ ସମସ୍ତେ ଦୁଃଖିତ। ବହୁ ଚେଷ୍ଟା ସତ୍ବେ ଜଣେ ଭଲ ଖେଳାଳିଙ୍କୁ ଆମେ ବଞ୍ଚାଇ ପାରିଲୁନାହିଁ । ଅନ୍ୟପଟେ ଏହି ଘଟଣାରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍ ଯୁବ ଖେଳାଳିଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.