Below header

ଖୁବ୍ ଶୀଘ୍ର ଆସିବ Flipkartର କ୍ରେଡିଟ୍ କାର୍ଡ, ଅସୀମିତ କ୍ୟାସବ୍ୟାକ୍ ସହ ମିଳିବ ଏହି ସୁବିଧା

ଅନଲାଇନ୍ ଜିନିଷ କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ନିଜର କ୍ରେଡିଟ୍ କାର୍ଡ ଲଂଚ୍ କରିବାକୁ ଯାଉଛି ସବୁଠାରୁ ବଡ଼ ଇକମର୍ସ ସାଇଟ୍ ଫ୍ଲିପକାର୍ଟ । ଆକ୍ସିସ୍ ବ୍ୟାଙ୍କ ଏବଂ ମାଷ୍ଟରକାର୍ଡ ସହ ନିଜର ଏହି କ୍ରେଡିଟ୍ କାର୍ଡ ଲଂଚ୍ କରିବ ଫ୍ଲିପକାର୍ଟ । ଏହି ନୂଆ କ୍ରେଡିଟ୍ କାର୍ଡରେ ଉଭୟ ଅପଲାଇନ୍ ଏବଂ ଅଫଲାଇନ୍ ସପିଙ୍ଗ୍ କଲେ ମିଳିବ ୫ ପ୍ରତିଶତ କ୍ୟାସବ୍ୟାକ୍ । ଏହା ବ୍ୟତୀତ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ନେଇ ଆସିଛି ଫ୍ଲିପକାର୍ଟର ଏହି କ୍ରେଡିଟ୍ କାର୍ଡ ।

ଜୁଲାଇ ମାସରେ ଆରମ୍ଭ ହେଉଥିବା ଏହି ସୁବିଧାରେ ପ୍ରଥମ ପର୍ଯ୍ୟାୟରେ ଅଳ୍ପ କିଛି ଗ୍ରାହକଙ୍କୁ ଫ୍ଲିପକାର୍ଟର କ୍ରେଡିଟ୍ କାର୍ଡ ମିଳିବ । ଏହା ପରେ ଧୀରେ ଧୀରେ ଅନ୍ୟ ଗ୍ରାହକଙ୍କୁ ମିଳିବ । ତେବେ ଏହି ନୂଆ କାର୍ଡ ପାଇଁ ପଞ୍ଜିକରଣ ବାବଦରେ ଗ୍ରାହକଙ୍କୁ ୫୦୦ ଟଙ୍କା ଦେବାକୁ ପଡିବ । ବାର୍ଷିକ ୨ ଲକ୍ଷ ଟଙ୍କାର କିଣାକିଣି କଲେ ଆଉ ବାର୍ଷିକ ଚାର୍ଜ ଦେବାକୁ ପଡିବନି । ପ୍ରତିମାସରେ ଗ୍ରାହକଙ୍କ ଷ୍ଟେଟମେଂଟରେ କ୍ୟାସବ୍ୟାକ୍ ଅଟୋ କ୍ରେଡିଟ୍ ହୋଇଯିବ ।

ଏହା ସହ ପଢନ୍ତୁ ଶସ୍ତା ଏସି ବିକିବା ଆରମ୍ଭ କଲେ ମୋଦି ସରକାର, ଜାଣନ୍ତୁ କେମିତି କିଣିବେ

ଫ୍ଲିପକାର୍ଟ – ଆକ୍ସିସ୍ କାର୍ଡ ମାଧ୍ୟମରେ କମ୍ପାନୀର କୋ ବ୍ରାଣ୍ଡ ମିନ୍ତ୍ରା ଏବଂ 2GUD ରୁ ଜିନିଷ କିଣିଲେ କାର୍ଡହୋଲ୍ଡରଙ୍କୁ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ସେହିପରି ଥାର୍ଡ ପାର୍ଟି ସହ ମଧ୍ୟ ଟାଏଅପ୍ କରିଛି କମ୍ପାନୀ । ମେକ୍ ମାଇ ଟ୍ରିପ, ଉବର, ପିଭିଆର୍, ଅର୍ବନ କ୍ଲାପ୍ ଏବଂ କ୍ୟୋର୍ ଫିଟରୁ ଜିନିଷ କିଣିଲେ ମିଳିବ ୪ ପ୍ରତିଶତ ରିହାତି । ଏହା ବ୍ୟତୀତ ଅନ୍ୟ ସାଇଟରୁ ଜିନିଷ କିଣିଲେ ୧.୫ ପ୍ରତିଶତ ସହ ମିଳିବ ଅସୀମିତ କ୍ୟାସବ୍ୟାକ୍ ।

କେବଳ ସେତିକି ନୁହେଁ କାର୍ଡହୋଲଡରଙ୍କ ପାଇଁ ଆହୁରି ଦମଦାର ଅଫର୍ ଆଣିଛି ଫ୍ଲିପକାର୍ଟ । ୱେଲକମ୍ ବେନିଫିଟ୍ ଅନୁଯାୟୀ ଗ୍ରାହକଙ୍କୁ କୋ ବ୍ରାଣ୍ଡ୍ସ ଏବଂ ଥାର୍ଡ ପାର୍ଟିରୁ କିଣାକିଣି କଲେ ୩୦୦୦ ଟଙ୍କା ମିଳିବ । ଏହା ବ୍ୟତୀତ ପୁରା ଦେଶର ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ୨୦ ପ୍ରତିଶତ ରିହାତି ସହ ମିଳିବ ୧.୫ ପ୍ରତିଶତ କ୍ୟାସବ୍ୟାକ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.