ଖୁସି ଖବର : ଏବେ ଭାରତୀୟଙ୍କୁ ଅତି ସହଜରେ ମିଳିବ ଆମେରିକାର ଗ୍ରୀନ୍ କାର୍ଡ, ପାରିତ ହେଲା ଏହି ବିଲ୍

ଆମେରିକାର ସଂସଦରେ ଗ୍ରୀନ୍ କାର୍ଡ ଜାରି କରିବାକୁ ନେଇ ଏକ ନୂଆ ବିଲ୍ ପାସ୍ କରାଯାଇଛି । ଏହାପରେ ଏବେ ଗ୍ରିନ୍ କାର୍ଡରେ ଥିବା ସାତ ପ୍ରତିଶତ ସୀମାକୁ ହଟାଇ ଦିଆଯାଇଛି । ଏକ୍ସପର୍ଟସଙ୍କ କହିବା ଅନୁଯାୟୀ, ଏଥିରେ ଭାରତର ହଜାର ହଜାର ଉଚ୍ଚ କୁଶଳୀ ଆଇଟି କର୍ମଚାରୀଙ୍କୁ ବଡ ଫାଇଦା ମିଳିବ । ଗ୍ରୀନ୍ କାର୍ଡ କୌଣସି ବ୍ୟକ୍ତିକୁ ଆମେରିକାରେ ସ୍ଥାୟୀ ରୂପେ ରହିବା ଏବଂ କାମ କରିବାର ଅନୁମତି ଦେଇଥାଏ ।

permanentଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ରେ ପାରିତ ହୋଇଥିବା ଏହି ବିଲ୍ ଭାରତ ପରି ଦେଶର ଏହି ପ୍ରତିଭାଶାଳୀମାନଙ୍କୁ ବଡ ଫାଇଦା ପହଁଚାଇବ, ଯେଉଁମାନେ ଆମେରିକାରେ ସ୍ଥାୟୀ ରୂପେ ରହି କାମ କରିବାକୁ ଇଛୁକ ଅଟନ୍ତି । ଏଠାରେ କହି ରଖୁଛୁ ଯେ, ଫେୟାରନେସ୍ ଅଫ୍ ସ୍କିଲ୍ଡ ଇମିଗ୍ରେଂଟସ୍ ଆକ୍ଟ, ୨୦୧୯ ଏବଂ ଏଚଆର ୧୦୪୪ନାମର ଏହି ବିଲ୍ ୪୩୫ ସଦସ୍ରୀୟ ସଦନରେ ୬୫ ମୁତାବକ ୩୬୫ ମତରେ ପାସ୍ ହୋଇଯାଇଛି ।

us

ଏହାସହ ପଢନ୍ତୁ : ଆମେରିକା ବଜାରରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ମ୍ୟାଟ୍, ଯାହାକୁ ନେଇ ଟଏଲେଟ୍‌ ଏବଂ ଗାଧୋଇବା ଘରେ…

ସୂଚନା ମୁତାବକ ପ୍ରତିବର୍ଷ ସବୁଠାରୁ ଅଧିକ ଭାରତୀୟ H-1B ଏବଂ L ଭିସାରେ ଆମେରିକା ଯାଇଥାନ୍ତି । ଏବେ ଭାରତୀୟଙ୍କୁ ଗ୍ରୀନ୍ କାର୍ଡ ସାହିତ H-1B ଭିସା ମଧ୍ୟ ବହୁ ସଂଖ୍ୟାରେ ମିଳିବ । ଏପ୍ରିଲ୍ ୨୦୧୮ ପଯ୍ୟନ୍ତ ହିଁ ଆମେରିକାରେ ଟେକ୍ନୋଲୋଜି କ୍ଷେତ୍ରରେ ୩ଲକ୍ଷ ଭାରତୀୟ ଏମିତି ଅଛନ୍ତ,ଯିଏ ଗ୍ରୀନ୍ କାର୍ଡର ଅପେକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.