ପ୍ରବଳ ବର୍ଷା ଯୋଗୁ ଗୌହାଟିରେ ବନ୍ୟା ପରିସ୍ଥିତି, ବିପଦରେ ଅନେକ ଗ୍ରାମ

ଗୌହାଟିରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସଙ୍କଟଜନକ ପାଲଟିଛି। ରାଜ୍ୟବ୍ୟାପୀ ପ୍ରକାଣ୍ଡ ଭୂସ୍ଖଳନମାନ ହେଉଛି। ଗୁରୁବାର ଦିନ ଅନ୍ୟୂନ ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିବା ସହ ଅନେକଗୁଡ଼ିଏ ଘର ମଧ୍ୟ ନଷ୍ଟ ହୋଇ ଯାଇଛି। ଗୌହାଟି ଅଞ୍ଚଳରେ ପ୍ରବାହିତ ବ୍ରହ୍ମପୁତ୍ରର ଜଳସ୍ତର ଚେତାବନୀ ସ୍ତର ଟପି ଯାଇଛି। ଇନ୍‌ଲାଣ୍ଡ୍‌ ଓ୍ଵାଟର୍‌ୱେଜ୍‌ ଅଥରିଟିର ସେକ୍‌ସନ୍‌ ଭି ଗାନ୍ଧିୟା କହିବା ଅନୁଯାୟୀ, ପାଣି ଚେତାବନୀ ସ୍ତରକୁ ଟପିଯାଇଛି, ବିପଦ ସ୍ତରକୁ ଯାଇନାହିଁ। ଦିନେ ଦୁଇ ଦିନ ମଧ୍ୟରେ ପାଣି ବିପଦ ସ୍ତର ଟପିଯିବ। ଜୋରହଟର ନିମତି ଘାଟରେ ନଦୀ ବିପଦ ସ୍ତର ଟପି ସାରିଛି। ଦିକହୋଓ, ଧନସିରୀ, ଜିଆ ଭରାଲି, ପୁଥିମାରି ଏବଂ ବେକି ଭଳି ଅନ୍ୟାନ୍ୟ ନଦୀଗୁଡ଼ିକ ମଧ୍ୟ ବିପଦ ସଙ୍କେତରେ ରହିଛି।

guwahatiଗୁରୁବାର ଦିନ ଗୌହାଟି ନିକଟ ଡିପାର ବିଲ୍‌ ଅଞ୍ଚଳରେ ଭୂସ୍ଖଳ ହେବାରୁ ଦୁଇଟି ଘର ଧ୍ୱଂସ ହୋଇଯାଇଛି ଏବଂ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆସାମ ଷ୍ଟେଟ୍‌ ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ୍‌ ଅଥରିଟିଙ୍କ ରିପୋର୍ଟ ଅନୁସାରେ ଗତ ଜୁଲାଇ ୧୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ବନ୍ୟା ଯୋଗୁଁ ସମୁଦାୟ ୧୩, ୨୬୭. ୭୪ ହେକ୍ଟର ଫସଲ ନଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.