ଏ କି ପୁରସ୍କାର ? Chandrayaan-2 ପୂର୍ବରୁ ସରକାର କାଟିଲେ ଇସ୍ରୋ ବୈଜ୍ଞାନିକଙ୍କ ବେତନ

ଗୋଟିଏ ପଟେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରାୟାନ ୨ ଲଞ୍ଚିଂ ପାଇଁ ଲାଗିଛନ୍ତି, ଦେଶର ନାଁ ଉଚ୍ଚା କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଏହି ବୈଜ୍ଞାନିକ ଦରମା କାଟିବାରେ ଲାଗିଛନ୍ତି । ବନ୍ଦ ହୋଇଯିବ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ୧୯୯୬ରୁ ଅତିରିକ୍ତ ବେତନ ବୃଦ୍ଧି ବାବଦରେ ମିଳୁଥିବା ପ୍ରୋତ୍ସାହନ ରାଶି । ୧୨ ଜୁନ ୨୦୧୯ରେ ଜାରି କରାଯାଇଥିବା ଏକ ଆଦେଶରେ କେନ୍ଦ୍ର ସରକାର ଏହା କହିଛନ୍ତି ।

ଏହି ଆଦେଶରେ କୁହାଯାଇଛି ୧ ଜୁଲାଇ ୨୦୧୯ରୁ ଆଉ ମିଳିବନି ପ୍ରୋତ୍ସାହନ ରାଶି । ଏହି ଆଦେଶ ପରେ ଡି, ଇ, ଏଫ୍ ଏବଂ ଜି ଶ୍ରେଣୀରେ ଥିବା ପ୍ରାୟ ୧୬ ହଜାର ବୈଜ୍ଞାନିକଙ୍କୁ ଏହି ପ୍ରୋତ୍ସାହନ ରାଶି ଆଉ ମିଳିବ ନାହିଁ । ଏହି ଆଦେଶ ପରେ ଇସ୍ରୋରେ କାମ କରୁଥିବା ୮୫ ରୁ ୯୦ ପ୍ରତିଶତ ବୈଜ୍ଞାନିକଙ୍କ ଦରମାରୁ ୮ ରୁ ୧୦ ହଜାର ଟଙ୍କା ପର‌୍ୟ୍ୟନ୍ତ କ୍ଷତି ହେବ । କାରଣ ଅଧିକାଂଶ ବୈଜ୍ଞାନିକ ଏହି ଶ୍ରେଣୀରେ ଆସୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ଆଦେଶ ପରେ କ୍ଷୁବ୍ଧ ଅଛନ୍ତି ବୈଜ୍ଞାନିକ ।

ସୂଚନାଯୋଗ୍ୟ, ବୈଜ୍ଞାନିକଙ୍କୁ ପ୍ରୋତ୍ସାହିତ କରିବା ସହ ଇସ୍ରୋ ଛାଡି ନଯିବା ପାଇଁ ୧୯୯୬ରେ ଏହି ପ୍ରୋତ୍ସାହିନ ରାଶି ଦେବା ଆରମ୍ଭ କରାଯାଇଥିଲା । କିନ୍ତୁ ଏବେ ଷଷ୍ଠ ବେତନ ଆୟୋଗର ସୁପାରିଶ ଆଧାରରେ ଏହାକୁ ବନ୍ଦ କରାଯିବ । ଏହା ପରିବର୍ତ୍ତେ କେବଳ ପରଫର୍ମ ରିଲେଟଡେ୍ ଇନ୍ସେଣ୍ଟିଭ୍ ସ୍କିମ୍ ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.